ଭକ୍ତଙ୍କ ବିନା ସରିଲା ରଥ ଟଣା, ଗୋଟି ପହଣ୍ଡିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଜୟପୁର: କରୋନା କଟକଣା ମଧ୍ୟରେ ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ଦିନକ ପରେ ଆଜି ଜୟପୁରର ରଥଯାତ୍ରାର ନିତୀ ସଂପନ୍ନ ହୋଇଯାଇଛି। ଗତ କା‌ଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଠି ପହଣ୍ଡି କରି ନାଟ୍ୟମଣ୍ଡପରୁ ଜଗମୋହନକୁ ଆଣି ରଖାଯାଇଥିଲା। ସେଭଳି ଅନନ୍ତ ଶୟନଙ୍କୁ ରଥ ଉପରକୁ ବିଜେ କରାଯିବା ସହ ଛେରାପଁହରା କରାଯାଇଥିଲା। ଆଜି ଛୋଟ ରଥରେ ହିଁ ସେଭଳି ଅନନ୍ତଶୟନ ରହିଥିଲେ। ଆଜି ରଥକୁ ପୂର୍ବପ୍ରଚଳିତ ପ୍ରଥା ତଥା ରିତୀନିତୀ ଅନୁଯାୟୀ ପ୍ରଥମେ ଉତ୍ତରକୁ ଟାଣିବା ପରେ ଦକ୍ଷିଣ ମୋଢ଼ କରି ନାରାୟଣ ମନ୍ଦିର ପର୍ଯ୍ୟନ୍ତ ସେବାୟତ ମାନେ ଘଣ୍ଟ, ବାଜା, ବାଜଣା, ହରିବୋଲ, ନାମଧ୍ବନୀ ଓ ଡାହୁକଙ୍କ ପଦ୍ୟ ମଧ୍ୟରେ ଟାଣି ନେଇଥିଲେ। କିଛି ଦୂର ରଥ ଟାଣିବା ପରେ ଜଗମୋହନରୁ ଗୋଠି ପହଣ୍ଡି କରି ଚାରି ଠାକୁରଙ୍କୁ ବି ନାରାୟଣ ମନ୍ଦିର ପରିସରକୁ ନେବା ପ୍ରକ୍ରିୟା ଜାରି ରହିଥିଲା।

Sambad

ରଥଟଣା କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ହେମକାନ୍ତ ସୟ, ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଏସଡିପିଓ ଅରୁଫ ଅଭିଶେଖ ବେହେରା, ଅତିରିକ୍ତ ତହସିଲଦାର ଅଶ୍ବିନୀ ମହାପାତ୍ର, ପୂଜକ ଡମ୍ବୁରୁ ପଣ୍ଡା, ବାବୁ ଭାଇ ବଜରଙ୍ଗୀ, ଜ୍ୟୋତିରଂଜନ ପୁଜାରୀ, ମୁନ୍ନା ସିଂଲାଲ, ସୁରେଶ ହଡ଼ପ, ଉପଦେଷ୍ଟା କମିଟିର ସଭାପତି ଲାଲୁ ମିଶ୍ର, ସଭ୍ୟ ପଦ୍ମନାଭ ହୋତା, ନାନାଜୀ ଆଚାରୀ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପିତବାସ ବିଶ୍ବାଳ ପ୍ରମୁଖ ଭାଗ ନେଇଥିଲେ।

ମନ୍ଦିର ନିକଟରେ ଥିବା ଡ଼େରାସାହିରେ ଛୋଟ ରଥ ନିର୍ମାଣ କରି ସାହି ବାସିନ୍ଦା ସାହି ମଧ୍ୟରେ ହିଁ ଟାଣି ଟାଣି ନେଇଥିବା ଦେଖିବାକୁ ମିଳିଥିଲା। ସେଭଳି ଆଜି ବାଟଜଗନ୍ନାଥପୁରରେ ମନ୍ଦିର ପରିସରରେ ହିଁ ରଥ ଟଣାଯାଇଥିଲା। ଗତ ବର୍ଷ ଭଳି ଏବର୍ଷ ବି ଆଉ ଜୟପୁର ମୁଖ୍ୟରାସ୍ତାରେ ଗୋବର କଣ୍ଡେଇ ବିକ୍ରୀ ହେଉଥିବା ଦେଖିବାକୁ ମିଳିନି। ଦେଶର କୋଣଅନୁକୋଣରୁ ବିଭିନ୍ନ କଣ୍ଡେଇବିକ୍ରୀ କରିବାକୁ ଆସୁଥିବା ବେପାରୀଙ୍କର ବି ଦେଖା ମିଳିନଥିଲା।

The post ଭକ୍ତଙ୍କ ବିନା ସରିଲା ରଥ ଟଣା, ଗୋଟି ପହଣ୍ଡିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3AUzSgN

Post a Comment

0 Comments