ସେଲ୍ଫି ହେଲା କାଳ, ନଦୀରେ ବୁଡ଼ି ଯୁବକ ମୃତ

ଜଳେଶ୍ବର: ଜଳେଶ୍ବର ଥାନା ତଥା ସହର ଅନ୍ତର୍ଗତ ୩ ନଂ ୱାର୍ଡ ସେଖବାଡ଼ସ୍ଥିତ ସୁବର୍ଣ୍ଣରେଖା ନଦୀଘାଟରେ ଆଜି ପୂର୍ବାହ୍ନରେ କିଛି ଯୁବକ ନଦୀରେ ଗାଧୋଇବା ବେଳେ ନିଜ ନିଜ ମୋବାଇଲରେ ସେଲ୍ଫି ନେଉଥିଲେ। ଏହି ସମୟରେ ଜଣେ ଯୁବକଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ଜଳରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ତାଙ୍କ ସହିତ ଥିବା ଅନ୍ୟ ଯୁବକ ଓ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରିଥିଲେ ବି ଯୁବକଙ୍କ ସନ୍ଧାନ ପାଇନଥିଲେ। ଶେଷରେ ସ୍ଥାନୀୟ ଦମକଳ ବାହିନୀ ଖବର ପାଇ ସେଠାରେ ପହଞ୍ଚି ନଦୀଗର୍ଭରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ଖଡ଼ଗପୁର ଥାନା ଗାନ୍ଧୀନଗର ଗ୍ରାମର ସେଖ୍ ହେପାଜତ ହୋସେନଙ୍କ ପୁଅ ସେଖ୍ ସରଫରାଜ ହୋସେନ(୧୮)ବୋଲି ଜଣାପଡ଼ିଛି। ଦୁଇଦିନ ପୂର୍ବେ ସରଫରାଜ ଜଳେଶ୍ବରର ପଥରପୁରା ଗ୍ରାମର ଜଣେ ବନ୍ଧୁଙ୍କ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆସିଥିଲେ।

The post ସେଲ୍ଫି ହେଲା କାଳ, ନଦୀରେ ବୁଡ଼ି ଯୁବକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3zQtbuE

Post a Comment

0 Comments