
ଗଡ଼ପୋଷ : ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଗଡ଼ପୋଷ ବନାଞ୍ଚଳରେ ୩ଟି କୋଠା ବୁଧବାର ଉଦ୍ଘାଟିତ ହୋଇଯାଇଛି। ଡିଏଫ୍ଓ ନୃସିଂହ ଚରଣ ମିଶ୍ର ପୂର୍ବାହ୍ନରେ ପହଞ୍ଚି ଏହି କୋଠା ସବୁ ଉଦ୍ଘାଟନ କରିଥିଲେ। ପ୍ରଥମେ ପରମାଣପୁର ବିଟ୍ ବେଳାପଡ଼ାଠାରେ ଭିଏସ୍ଏସ୍ କୋଠା ଉଦ୍ଘାଟିତ ହୋଇଥିଲା। ପରେ ଫିରିଙ୍ଗିବାହାଲ ବିଟର ଫରେଷ୍ଟ ଗାର୍ଡ କୋଠାର ଉଦ୍ଘାଟନ ହୋଇଥିଲା। ଶେଷରେ ଗଡ଼ପୋଷ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପରିସରରେ ନିର୍ମିତ ଫରେଷ୍ଟରଙ୍କ କୋଠା ଶ୍ରୀ ମିଶ୍ରଙ୍କ ଦ୍ୱାରା ଏସିଏଫ୍ ସଲଭିନ୍ଦର ସିଂ ଓ ରେଞ୍ଜର ରାଜଶ୍ରୀ ତିର୍କୀଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା।
ଏହି ଅବସରରେ ଫରେଷ୍ଟର ତୁଲାରାମ ବରିହା, ଫରେଷ୍ଟ ଗାର୍ଡ ଜୀବନ ବେହେରା, ଅମନ ପଟେଲ, କୌଶଲ୍ୟା ନାଏକ, ଅନିମା ମହାପାତ୍ର ଓ ବେଳାପଡ଼ା ଭିଏସ୍ଏସ୍ କମିଟିର ସଭାପତି ଅଚ୍ୟୁତାନନ୍ଦ କାଲୋ ପ୍ରମୁଖ ସହଯୋଗ କରିଥିଲେ।
The post ଜଙ୍ଗଲ ବିଭାଗର ୩ କୋଠା ଉଦ୍ଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3roM8S8
0 Comments