ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ପଥରଗଡ଼ ବ୍ରିଜ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ସିମେଣ୍ଟ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୪୯ ନଂ ଜାତୀୟ ରାଜପଥର ସମ୍ବଲପୁର-ଦେବଗଡ଼ ରାସ୍ତାର ପଥରଗଡ଼ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ରାୟପୁରରୁ କେନ୍ଦୁଝର ଯାଉଥିଲା। ଖବରପାଇ ଦେବଗଡ଼ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

The post ଓଲଟି ପଡ଼ିଲା ସିମେଣ୍ଟ୍‌ ବୋଝେଇ ଟ୍ରକ୍‌, ଚାଳକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3jOyzdb