
ପୁରୀ : ରାତିପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ଆଜି ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାଠାରୁ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖକୁ ନିଆଯାଇଥିଲା। ତେବେ ଆଜି ଏହି ସମୟରେ ରଥ ନିକଟରେ ବହୁ ଲୋକଙ୍କୁ ଦେଖାଯାଇଥିଲା। ଏହି ଲୋକମାନଙ୍କ ମଧ୍ୟରେ କେତେକ ବଙ୍ଗୀୟ ଭକ୍ତ ଥିବା ବେଳେ ଆଉ କେତେକ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଏପରିକି ସାମ୍ବାଦିକମାନେ ଏମାନଙ୍କୁ ଦେଖି ପଚରାଉଚରା କରିବା ପରେ ଏହା ଦେଖି ବାଧ୍ୟହୋଇ ପୁଲିସ ସେମାନଙ୍କୁ ଘଉଡ଼ାଉ ଥିବା ଦେଖିବାକୁ ମିଳିଥିଲା।

ଆଜିର ଏହି ଦୃଶ୍ୟ ପୁଲିସର ସୁରକ୍ଷା ବ୍ୟବସ୍ଥାରେ ଛିଦ୍ର ଥିବା ସୂଚାଇ ଦେଇଥିଲା। ଖୋଦ୍ ପୁଲିସ ମହାନିର୍ଦ୍ଦେଶକ ଅଭୟ ପୁରୀକୁ ଆସି କୋଭିଡ୍ କଟକଣା କିପରି କାର୍ଯ୍ୟକାରୀ ହେଉଛି, ତାହା ଯାଞ୍ଚ କରୁଥିବା ବେଳେ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ଥିବା ଛିଦ୍ର ସମ୍ପର୍କରେ କେହି ତାଙ୍କୁ ଅବଗତ କରିନଥିବା ଜଣାପଡ଼ିଛି।
The post ପ୍ରଥମରୁ ବ୍ୟତିକ୍ରମ: ରଥ ଟଣାବେଳେ ପାଖରେ ମାଳମାଳ ବଙ୍ଗୀୟ ଭକ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3hVVoZT
0 Comments