
ସେଲେଡ଼ି : ରାମପୁର କେନାଲ୍ ଡିଭିଜନ ଭୀମଟିକିରା ବିଭାଜନ ଦେଇ ସେଲେଡି ମାଇନରକୁ ଆସିଥିବା କେନାଲକୁ ମଙ୍ଗଳବାର ଦିନ ଚାଷୀମାନେ ସଫା କରିଛନ୍ତି। ସୂଚନାନୁସାରେ କେନାଲରେ ନାନା ପ୍ରକାର ଅନାବନା ଗଛ ଓ ଘାସ ଭରିଯିବା ସହ ମାଟିରେ ପୋତି ହୋଇଯାଇଥିଲା। ଫଳରେ କେନାଲରେ ଛଡ଼ାଯାଉଥିବା ପାଣି ତଳ ମୁଣ୍ଡକୁ ପହଞ୍ଚିପାରୁ ନଥିଲା। ଯଦ୍ବାରା ଚାଷ କାର୍ଯ୍ୟରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଏ ନେଇ ସେମାନେ ଅନେକ ଥର ବିଭାଗୀୟ ଅଧିକାରୀ ଓ ପାଣି ପଞ୍ଚାୟତର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ସଫେଇ ଦିଗରେ କେହି ବି କିଛି ପଦକ୍ଷେପ ନେଉ ନଥିଲେ। ଫଳରେ ମଙ୍ଗଳବାର କେତେକ ଚାଷୀ ନିଜେ ପଶି କେନାଲର ପ୍ରାୟ ୨୦୦ ମିଟର ଅଂଶକୁ ସଫେଇ କରିଛନ୍ତି। ବିଭାଗ ପକ୍ଷରୁ ଆଗକୁ ସଫା କରାଗଲେ ଠିକ୍ ଭାବେ ପାଣି ତଳମୁଣ୍ଡକୁ ପହଞ୍ଚିବ ବୋଲି ସେମାନେ ମତ ଦେଇଛନ୍ତି। ଏଥିରେ ଚାଷୀ ଜଗନ୍ନାଥ ସ୍ଵାଇଁ, ଥୁନୁ ସେଠି, ସତ୍ୟ ସାଲିମା, କୁମୁଦ ମୁଦୁଲି, ଗୋଲେଖ ବାଘ, କବାରୁ ଡାଙ୍ଗ, ଶଙ୍କର ଓ ଅନ୍ୟମାନେ ସାମିଲ ହୋଇଥିଲେ।
The post କେନାଲ ସଫା କଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3itPoYu
0 Comments