ତେନ୍ତୁଳିଖୁଣ୍ଟି :  ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚଗାଁ ପଂଚାୟତ ଅନ୍ତର୍ଗତ ବେହେରାଗୁଡା ଗ୍ରାମର ଚିତ୍ତରଞ୍ଜନ ସାନ୍ତାଙ୍କ ପତ୍ନୀ ହର ସାନ୍ତା (୨୫) ବଜ୍ରାଘାତରେ ଗୁରୁତର ହୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆଜି ସାଢେ ଚାରିଟା ସମୟରେ ହର ଜମିରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ଗୁରୁତର ହୋଇଥିବା ହରଙ୍କୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଛି।

ମହିଳାଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗୁରୁତର ମହିଳାଙ୍କ ସମେତ ତାଙ୍କ ପରିବାର ନବରଙ୍ଗପୁର ଯିବାକୁ ଅରାଜି ହୋଇଥିଲେ। ଡାକ୍ତରଙ୍କ ସମେତ ଡିଉଟିରେ ଥିବା ଷ୍ଟାଫ ନର୍ସ ଗୁରୁତର ମହିଳାଙ୍କ ସମେତ ସାଥିରେ ଆସିଥିବା ପରିବାରବର୍ଗଙ୍କୁ ବହୁ ବୁଝାସୁଝା କରିଥିଲେ। ବୁଝେଇବାର ଅଢେଇ ଘଣ୍ଟା ପରେ ପରିବାର ଲୋକେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନେବାକୁ ରାଜି ହୋଇଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଗୁରୁତର ମହିଳା ଜଣଙ୍କ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ହେଉଥିଲେ।

The post ବଜ୍ରାଘାତରେ ମହିଳା ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3xpTh76