ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ଚଳନ୍ତା ମାଲବାହୀ ଟ୍ରେନ୍‌ରୁ ଖସିପଡ଼ି ତୁରେକେଲା ବ୍ଲକ୍‌ ବର୍ଲା ଗାଁର ଗୌର ବାଗ (୩୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସେ ଉକ୍ତ ବ୍ଲକ୍‌ର ଗୁଂଚିଜୋର ଗାଁରେ ତାଙ୍କ ଶ୍ୱଶୁର ଘରେ ଗତ କିଛିଦିନ ହେଲା ରହୁଥିଲେ।

ବୁଧବାର ସନ୍ଧ୍ୟାରେ ଏକ ମାଳବାହୀ ଟ୍ରେନ୍‌ ଧୀରେ ଧୀରେ ଯାଉଥିବା ବେଳେ ସେ ନିଶାସକ୍ତ ଅବସ୍ଥାରେ କଣ୍ଟାବାଞ୍ଜି ଷ୍ଟେସନରୁ କିଛି ଦୂରରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଗୋଡ଼ ଖସିଯିବାରୁ ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ। ରେଳ ଧାରଣା କଡ଼ରୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଗୁରୁବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଗୌରଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିଥିଲେ।

The post ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/2VplVqP

Post a Comment

0 Comments