
ବିଂଝାରପୁର : ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପୀଡ଼ିତଙ୍କ ପରିବାର। ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପିଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ।
ବିଂଝାରପୁର ଥାନା ଶାସନ୍ଦା ଗ୍ରାମର ବିଜୟ କୁମାର ବିଶ୍ଵାଳଙ୍କ ପୁଅ ଅଭିମନ୍ୟୁ ବିଶ୍ଵାଳଙ୍କୁ ଗତ ୭ ତାରିଖ ସନ୍ଧ୍ୟାରେ ଗ୍ରାମର ସତ୍ୟବ୍ରତ ବେଉରିଆ ଓ ସନ୍ତୋଷ କୁମାର ବେଉରିଆ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିମନ୍ୟୁଙ୍କ ବାପା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେବଳ ମାମଲା ରୁଜୁ କରି କାମ ସାରିଦେଇଛି।
ଅଭିଯୁକ୍ତମାନେ ଗାଁରେ ବୁଲୁଥିବା ବେଳେ ତାଙ୍କ ପରିବାରକୁ ଧମକଚମକ ଦେଉଥିବାରୁ ବିଜୟ ଗତ ୧୪ ତାରିଖରେ ଏସପି ରାହୁଲ୍ ପିଆରଙ୍କୁ ଭେଟି ଅଭିଯୋଗ କରିଥିଲେ। ପୁଲିସ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଯୋଗେ ଜଣାଇଥିଲେ। ଗୁରୁବାର ପୂର୍ବାହ୍ଣରେ ବିଜୟଙ୍କ ପରିବାର ସମେତ ତାଙ୍କ ସଂପର୍କୀୟମାନେ ଏସପିଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଥିଲେ। ୧ ଘଣ୍ଟାପରେ ଡିଏସପି ପ୍ରଫୁଲ୍ଲ କୁମାର ମିଶ୍ର ଆସି ସେମାନଙ୍କ ସହ ଆଲୋଚନା କରି ଏସପିଙ୍କ ନିକଟକୁ ଡାକି ନେଇଥିଲେ। ଏସପି ନିଜେ ବିଜୟଙ୍କ ସହ ଆଲୋଚନା କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଂଝାରପୁର ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି।
The post ଯୁବକଙ୍କୁ ଆକ୍ରମଣ ଘଟଣା: ନ୍ୟାୟ ପାଇଁ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/3kMrtWU
0 Comments