
ରସୁଲପୁର : କୁଆଖିଆ ପୁଲିସ ଗତକାଲି ଜଣେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାକୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ଗ୍ରାମର ଅଭିମନ୍ୟୁ ଦାସଙ୍କ ପୁଅ ବାବନ(୨୭) କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗତମାସ ୧୧ ତାରିଖରେ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା। ବାଇକ୍ ଯୋଗେ ଉଭୟଙ୍କୁ ପାଣିକୋଇଲି ଥାନା ଅନ୍ତର୍ଗତ ଶାଳବାକୁ ନେଇ ଯାଇଥିଲା। ଶାଳବା ସ୍କୁଲ୍ ପାଖରେ ଯୁବତୀଙ୍କୁ ଛାଡ଼ି ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିଲା। ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ୨୦୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଗତକାଲି ସନ୍ଧ୍ୟାରେ ଉକ୍ତ ନାବାଳିକାଙ୍କୁ ନେଇ ବାବନ ଦାସ କୁଆଖିଆ ବଜାରରେ ପହଞ୍ଚିଥିଲା। ସୂଚନା ପାଇ ପୁଲିସ ପହଞ୍ଚିବାରୁ ଅଭିଯୁକ୍ତ ବାବନ ଲୁଚି ଯାଇଥିଲା। ନାବାଳିକାଙ୍କୁ ଉଦ୍ଧାର କରି ପୁଲିସ ଥାନାକୁ ଆଣିବା ପରେ ପୁଣି କୁଆଖିଆ ବଜାରରେ ତଲାସ କରି ବାବନକୁ ଗିରଫ କରିଥିଲା। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ନାବାଳିକାଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ପୂର୍ବରୁ ବିବାହିତ ଅଭିଯୁକ୍ତ ବାବନର ସ୍ତ୍ରୀ ଓ ୩ଟି ପିଲା ଅଛନ୍ତି।
The post ନାବାଳିକା ଉଦ୍ଧାର, ଅପହର୍ତ୍ତା ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3x6gcmW
0 Comments