
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି-୨୦୨୧) ପାଇଁ ଅନ୍ଲାଇନ୍ ଆବେଦନ ସମୟ ସୀମା ଆସନ୍ତା ୨୦ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୋର୍ଡ ବିଜ୍ଞପ୍ତି ଅନୁସାରେ ଜୁଲାଇ ୧୩ତାରିଖ ଆବେଦନର ଶେଷ ତାରିଖ ରଖାଯାଇଥିବା ବେଳେ ପୂର୍ବରୁ ଏହାକୁ ୧୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ପୁଣି ଜୁଲାଇ ୨୦ତାରିଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ୨୦ତାରିଖ ମଧ୍ୟରାତ୍ର ମଧ୍ୟରେ ଉଭୟ ଫର୍ମ ଓ ଫି ଦାଖଲ କରିବେ। ଏହା ପରେ ଆଉ ଆବେଦନର ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
The post ଓଏସ୍ଏସ୍ଟିଇଟି ଆବେଦନ ଅବଧି ୨୦ ପର୍ଯ୍ୟନ୍ତ ବଢ଼ିଲା first appeared on Sambad.from ଜିଲ୍ଲା | Sambad https://ift.tt/3ewM914
0 Comments