ଯୋଡା : ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ଏଚଜି ପାଣ୍ଡିଆ କମ୍ପାନିର ବନ୍ଦ ପଡିଥିବା ଲୌହ ଓ ମାଙ୍ଗାନିଜ ଖଣିରୁ ପୁଲିସ ଆଜି ଏକ ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ କରିଛି ।

ଗତକାଲି ବିଳମ୍ବିତ ରାତିରେ ଏହି ଖଣିରେ ଏକ ୧୨ ଚକିଆ ଟ୍ରକ (ଜେଏଚ୍୦୪ଇ-୪୭୬୧)ରେ ଲୁହାପଥର ଗୁଣ୍ଡ ବୋଝେଇ କରୁଥିବା ବେଳେ ଟ୍ରକଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଟ୍ରକଟି ଖଣି ଭିତରେ ଅଟକି ରହିଥିଲା। ଗ୍ରାମବାସୀ ଜାଣିବା ପରେ ଆଜି ସକାଳୁ ଏ ନେଇ ବମେଵାରୀ ପୁଲସିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାମେବାରୀ ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଖଣି ମାଫିଆ ଚମ୍ପଟ ମାରିଥିଲେ। । ଜବତ ଟ୍ରକଟିରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡର ପରିମାଣ ୧୨ ଟନ୍ ହୋଇଥିବା ବାଳେ ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।

The post ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3ibv8f8