ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଛି ତ ‘ମୁକ୍ତା’?

କୋରାପୁଟ: କୋଭିଡ-୧୯ ଯୋଗୁଁ ପ୍ରଭାସୀ ଓଡ଼ିଆ ଶ୍ରମିକ ନାହିଁ ନ ଥିବା ହଇରାଣ ହୋଇଥିଲେ। ମୁଖ୍ୟତଃ କୋରାପୁଟ ଜିଲ୍ଲାର ପୌରାଞ୍ଚଳକୁ ପ୍ରଥମ ଲହରରେ ଆସିଥିବା ପ୍ରଭାସୀ ଓଡ଼ିଶା ଶ୍ରମିକ କାମଦାମ ନ ପାଇ ପରିବାର ଚଳାଇବାରେ ଅସମର୍ଥ ହେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୀବନ ଓ ଜୀବିକା ସଂକଟରୁ ଉଦ୍ଦାର କରିବାକୁ ଅଣ୍ଟା ଭିଡିଥିଲା। ସହରାଞ୍ଚଳରେ ରହିଥିବା ଗରିବ ଓ ଶ୍ରମିକ ପରିବାରକୁ କାମଧନ୍ଦା ଯୋଗାଇବାକୁ ପଣ କରାଯାଇଥିଲା। ଗ୍ରାମାଞ୍ଚଳର ଗରିବଙ୍କୁ ମନରେଗାରେ ଯେପରି କାମଧନ୍ଦା ମିଳୁଛି, ସହରାଞ୍ଚଳ ଗରିବଙ୍କୁ ସେହିଭଳି ମିଳିବ କାମ ବୋଲି ଲକ୍ଷ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥଲେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) । କୋରାପୁଟ ପୌରାପାଳିକାରେ ପ୍ରଭାସୀ ଓଡ଼ିଆ ଶ୍ରମିକଙ୍କୁ କର୍ମ ସଂସ୍ତାନ ଦେବାକୁ ୨୫୦ଟି ବର୍ଷା ଜଳ ଅମଳ ପ୍ରକଳ୍ପରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

ଯୋଜନା ମୁତାବକ ସହରାଞ୍ଚଳର ୨୧ଟି ୱାର୍ଡରେ ଏହି ପ୍ରବାସରୁ ଆସିଥିବା ୧୨୦୦ ଶ୍ରମିକଙ୍କୁ ଏହିଥିରେ ନିୟୋଜିତ କରାଯିବ। ପ୍ରତି ପ୍ରକଳ୍ପରେ ୨୭ ପ୍ରତିଶତ ମହିଳା ରହିଥିବାବେଳେ ଶ୍ରମିକଙ୍କୁ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଟଙ୍କା ଯିବ। ପ୍ରତି ପ୍ରକଳ୍ପ ପାଇଁ ୨୮ ହଜାର ଟଙ୍କା ବିନିଯୋଗ କରାଯାଇଥିବାବେଳେ ୨୫୦ଟି ପ୍ରକଳ୍ପ ପାଇଁ ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ହେଲେ ଯେଉଁ ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା ତାହା ସଫଳ ରୂପାୟନ ହୋଇନାହିଁ। ବିଭିନ୍ନ ୱାର୍ଡରେ ମରାଯାଇଥିବା ଫଳକ ଅନୁସାରେ ମୋଟ ମଜୁରୀ ଓ ମଜୁରୀ ଦେୟ ଉହ୍ଲେଖ ହୋଇନାହିଁ। କେଉଁ ପ୍ରକଳ୍ପରେ କ‌େତେ ଶ୍ରମିକ ନିୟୋଜିତ ହୋଇଛନ୍ତି ତାହାର ମଧ୍ୟ ଉହ୍ଲେଖ ନାହିଁ। ପୌରପାଳିକାର ୧୮ ନମ୍ବର ୱାର୍ଡ କହ୍ନେଇପୁଟରେ ରହିଛି ବର୍ଷା ଜଳ ପ୍ରକଳ୍ପ। ଏହି ୨୦୨୧-୨୨ ଆର୍ଥିକ ବର୍ଷରେ ନି‌ର୍ମାଣ କରାଯାଇଛି। ଏହାକୁ ମେ ୧୯ରେ ଆରମ୍ଭ କରାଯାଇ ଜୁନ ୨ ତାରିଖରେ ଶେଷ କରାଯାଇଛି। ଏଥିରେ କାର୍ଯ୍ୟକାରୀ ସଂସ୍ଥାଠାରୁ ଆରମ୍ଭ କରି ପ୍ରକଳ୍ପ କୋଟ ରହିଥିବାବେଳେ ଜଳସଂଗ୍ରହର ପରିସୀମା, ମଜୁରୀ ଦିବସ ଓ ମୋଟ ମଜୁରୀ ଦେୟ ପ୍ରଦାନ ଆଦି ଓହ୍ଲେଖ ନାହିଁ। ଏପରିକି ଅଟକଳ ମୂଲ୍ୟ କେତେ ରହିଛି ତାହା ଉହ୍ଲେଖ ନାହିଁ। ଏହିଠାରେ ଦେଖିବାକୁ ମିଳିଛି ଅଟକଳ ମୂଲ୍ୟ ପ୍ରଥମେ ୮୦ହଜାର ଲେଖାଏଁ ରଖାଯାଇଥିବାବେଳେ ପରେ ଏହା ଉପରେ ରଙ୍ଗ ଦିଆଯାଇ ଲିଭାଯାଇଥିବା ଦେଖିବାକୁ ମିଳିଛି।

ତ‌େବେ ସବୁଠୁ ବଡ କଥା ହେଲା କୋରାପୁଟ ପୌରାଞ୍ଚଳକୁ ଗତବର୍ଷ ୧୨୦୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିଛନ୍ତି। ସେମାନଙ୍କୁ କର୍ମନିଯୁକ୍ତି ଦିଆଯିବା କଥା ହେଲେ ସେମାନଙ୍କ ବଦଳରେ ୬୫ଟି ଏସଏସଜିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନଙ୍କ ଅକାଉଣ୍ଟକୁ ଅର୍ଥ ପ୍ରଦାନ କରାଯାଇଛି। ଏହାସହ ପୌରାଞ୍ଚଳରେ ମୁକ୍ୟତଃ ୧୨ଟି ୱାର୍ଡରେ ରହୁଛନ୍ତି ବସ୍ତିବାସିନ୍ଧା। ୨୫ଟି ବସ୍ତିରେ ପ୍ରାୟ ୩୨୭୩ ଟିପରିବାର ରହୁଛନ୍ତି। ସେଥିରେ ୬୨୪୪ଜଣ ପୁରୁଷ ଓ ୬୫୬୫ ଜଣ ମହିଳା ସହ ମୋଟ ୧୨ହଜାର ୮୦୯ ଜଣ ରହିଛନ୍ତି। ପୌରାଞ୍ଚଳକୁ ଆସିଥିବା ଶ୍ରମିକଙ୍କ ମଧ୍ୟରେ ଏହି ବସ୍ତିଗୁଡିକରେ ରହୁଛନ୍ତି। ହେଲେ ସେମାନଙ୍କୁ ଅଗ୍ରାଧିକାର ଦିଆ ନ ଯାଇ ଏସଏସଜିଙ୍କୁ ଦିଆଯାଇଛି।ନିମୟ ଅନୁସାରେ ଯେଉଁ ଏସଏସଜିର ମହିଳାମାନେ ବିପିଏଲ ଶ୍ରେଣୀୟ ହୋଇଥିବେ ସେମାନଙ୍କର ରୋଜଗାର ନ ଥିବ ସେମାନଙ୍କୁ ନିୟୋଜିତ କରାଯିବା କଥା। ହେଲେ ଏଥିରୁ ବିଚ୍ୟୁତ ହୋଇଥିବା ଦେଖିବାକ ମିଳିଛି। କେବେଳ ଏସଏସଜିଙ୍କ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ସେମାନେ ମେସିନ ଓ ବାହାର ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇ କାମ କରାଇଥିବା ଜଣାପଡିଛି।

‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ’ (ମୁକ୍ତା)ରେ ମୁଖ୍ୟତଃ ଗୋଷ୍ଠୀ ଗୃହ ନିର୍ମାଣ, ମିଶନ ଶକ୍ତି ଗୃହ ସହ ପରିଚୟ କେନ୍ଦ୍ର ନିର୍ମାଣ ହେବ। ବର୍ଷା ଜଳ ଅମଳ ପ୍ରକଳ୍ପ, ଜଳାଶୟ ନିକଟରେ ପାରିପାଶ୍ୱିର୍କ ଉନ୍ନୟନ, ପରିମଳ, ଚାରା ରୋପଣ ଓ ସହର ସୌନ୍ଦର୍ଯ୍ୟକରଣ ଆଦି କାମ ହାତକୁ ନିଆଯିବାକୁ ଯୋଜନା ରହିଥିଲା। ଏହାଛଡ଼ା ଡ୍ରେନ ସଫେଇ ଓ ମରାମତି, ଖେଳପଡ଼ିଆ ଉନ୍ନତିକରଣ,ପାର୍କ ନିର୍ମାଣ, ନୂଆ ଜଳାଶୟ ନିର୍ମାଣ ଆଦି ଶ୍ରମଭିତ୍ତିକ ପ୍ରକଳ୍ପ କାମ ହାତକୁ ନିଆଯିବାକୁ ରହିଥିଲାବେଳେ ଏହି ପୌରପାଳିକାରେ କେବଳ ମୁକ୍ତ ଯୋଜାନରେ ବର୍ଷା ଜଳ ଅମଳକୁ ଗୁରୁତ୍ବ ଦିଆଯାଇଛି।

ଏନେଇ ପୌର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ କହିଛନ୍ତି ଯେ, ମୁକ୍ତ ଯୋଜନା ସରକାରଙ୍କ ମହତ୍ବକାକ୍ଷୀ ଯୋଜନା। ଏଥିରେ ପୌରାପାଳିକାର ଖାଲି ଯେ ଉନ୍ନତି ହେବ ତାହା ନୁହେଁ ପ୍ରବାସୀ ଶ୍ରମିକଙ୍କ ସହ ମହିଳାଙ୍କର ଉନ୍ନତି ହେବ। କିନ୍ତୁ ସହରକୁ ଆସିଥିବା ପ୍ରବାସୀ ଶ୍ରମିକ ପ୍ରାୟ ସହର ଛାଡି ଦେଇଥିବାରୁ ମହିଳାଙ୍କୁ ନେଇ କାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି।

The post ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଛି ତ ‘ମୁକ୍ତା’? first appeared on Sambad.

from ଜିଲ୍ଲା | Sambad https://ift.tt/3hbWJg4

Post a Comment

0 Comments