ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ନବୀନ ଛକ ନିକଟ ଏକ ନିର୍ମାଣାଧୀନ କୋଠାରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗୁରୁବାର ମଧ୍ୟାହ୍ନରେ ନବୀନ ଛକ ଅଂଚଳର କିଛି ବ୍ୟକ୍ତି ସଂପୃକ୍ତ କୋଠା ନିକଟରେ ବଜ୍ରକାପ୍ତା ଥିବା ଜାଣିପାରି ସଇନ୍ତଳା ବନ ବିଭାଗକୁ ଖବର ଦେଇଥିଲେ। ରେଂଜର ରାଜକିଶୋର ହରପାଲ, ଫରେଷ୍ଟର ଆଶୁତୋଷ ମହାକୁଡ଼, ଗାର୍ଡ଼ ଗଙ୍ଗାଧର ମିଶ୍ର ଓ ସୁରେଶ ବୈଠାରୁ ଘଟଣାସ୍ଥଳରେ ପହଂଚି ବଜ୍ରକାପ୍ତାକୁ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇଛନ୍ତି।

ବଜ୍ରକାପ୍ତାଟିର ଓଜନ ପ୍ରାୟ ୧୨କେଜି ହେବ ଏବଂ ଲମ୍ବ ୨ ଫୁଟ ହେବ ବୋଲି ରେଂଜର କହିଛନ୍ତି। ଏହି ବଜ୍ରକାପ୍ତାକୁ ଚୋରାଚାଲାଣ ଉଦ୍ଦେଶ୍ୟର ରଖାଯାଇଥିବା ସ‌ନ୍ଦେହ କରାଯାଉଛି। କାରଣ ଉକ୍ତ ଅଂଚଳରେ ଗୁରୁବାର ମଧ୍ୟାହ୍ନରେ କିଛି ଅଚିହ୍ନା ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି।

The post ନିର୍ମାଣାଧୀନ କୋଠାରୁ ବଜ୍ରକାପ୍ତା ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3BUbQD1