
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତ କାଳିମାଟି ଗ୍ରାମରେ ଗତକାଲି ରାତିରେ ହାତୀପଲ ଧାନ ତଳି ଗାଡ଼ି ଦଳି ଚକଟି ନଷ୍ଟ କରିଦେଇଛନ୍ତି। ୭ ଟିକିଆ ହାତୀପଲ ଗ୍ରାମର ବନମାଳୀ ସାହୁ, ଗଣେଶ୍ୱର ସାହୁ, ଯୋଗେନ୍ଦ୍ର ସାହୁ, କିରାଣି ସେଠୀ, ଚଗୁଲୁ ସାହୁ ଓ ଅଚ୍ୟୁତାନନ୍ଦ ସାହୁଙ୍କ ଧାନ ତଳି ଗାଡ଼ିରେ ପଶି ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଚଳିତ ବର୍ଷ ହରିଚନ୍ଦନପୁର ଅଞ୍ଚଳରେ କମ ବର୍ଷା ହେଉଥିବାରୁ ଧାନ ତଳି ପକାଇ ଚାଷୀମାନେ ଚାଷକାର୍ଯ୍ୟ କରିବା କଷ୍ଟକର ହୋଇପଡିଛି। ୩ ଦିନ ପୂର୍ବରୁ ହାତୀପଲ କାଳିମାଟି ଗ୍ରାମ ନିକଟ ଚକ୍ରଧରପୁର ଗ୍ରାମରେ ଧାନ ତଳି ନଷ୍ଟ କରିଦେଇଛନ୍ତି। ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
The post ଧାନ ତଳି ନଷ୍ଟ କଲେ ହାତୀପଲ first appeared on Sambad.from ଜିଲ୍ଲା | Sambad https://ift.tt/3jGgwWk
0 Comments