
ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ପରିସରରେ ମାଲକାନଗିରି ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ ଶ୍ରୀକାନ୍ତ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ ସରୋଜ କୁମାର ବେହେରା, ପ୍ରକାଶ ଚନ୍ଦ୍ର ପଟନାୟକ, ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ. ରଂଜନ କୁମାର ସ୍ବାଇଁ, ଲିଙ୍ଗରାଜ ମିଶ୍ର, ସାହିତ୍ୟ ଘର ସଭାପତି ନାରାୟଣ ଭୋଳ, ସଂପାଦକ ପ୍ରକାଶ ନାୟକ, ସୁକାନ୍ତ ସାହୁ, ରବୀନ୍ଦ୍ର କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ମାଲକାନଗିରି ସାହିତ୍ୟ ଘର ତରଫରୁ ବିଭିନ୍ନ ସମାଜ ମଂଗଳ କାର୍ଯ୍ୟ ହାତକୁ ନେଉଥିବା ବେଳେ ଚଳିତ ବର୍ଷ ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଜି ପ୍ରଥମ ଦିନରେ ମାଲକାନଗିରି ମହାବିଦ୍ୟାଳୟରେ ମୋଟ ୭୦ଟି ବିଭିନ୍ନ ଜାତିର ବୃକ୍ଷରୋପଣ କରାଯାଇଥିଲା।
ଆସନ୍ତାକାଲି ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥଣିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତେବେ କେବଳ ମାଲକାନଗିରି ନୁହେଁ ବରଂ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କରାଯିବ ବୋଲି କୁହାଯାଇଛି। ଏହାର ଉଦେଶ୍ୟ ହେଲେ ମାଲକାନଗିରି ଜିଲ୍ଲାରେ ଉଜୁଡି ଯାଇଥିବା ସବୁଜ ବନାନୀକୁ ପୁନଃ ନିର୍ମାଣ କରିବା। ଜିଲ୍ଲାବାସୀ ସମସ୍ତେ ଏକତ୍ରୀତ ହୋଇ ନିଜ ନିଜ ବାଡିରେ ବୃକ୍ଷରୋପଣ କଲେ ଜିଲ୍ଲା ପୁଣି ସୁବଜମୟ ହେବ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ବୃକ୍ଷ ଯୋଗାଇ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ମାଝି, ଉମେଶ ଚନ୍ଦ୍ର ରାଉତ, ଗୌତମ ନାୟକ, ପ୍ରମୟ ମହାନ୍ତି, ବି. ଗୁପ୍ତେଶ୍ବର ରାଓ, ମନରଂଜନ ପରିଡା, ଦୀପ୍ତି ନାୟକ, ରବୀନ୍ଦ୍ର ଖଣ୍ଡୁଆଳ, ଡି. ଆଶିଷ ରାଠୋର, ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
The post ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ first appeared on Sambad.from ଜିଲ୍ଲା | Sambad https://ift.tt/3i5ewVo
0 Comments