
ବାରିପଦା: କରୋନା ମହାମାରୀପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରହିଛି । ଏମିତିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଛି। ଯାହା ଫଳରେ ଭକ୍ତ ଏବଂ ଭଗବାନଙ୍କର ଏହି ମହା ମିଳନର ଉତ୍ସବ ଆଜି ଫିକା ପଡିଛି । ତେଣୁ ଏଭଲି ପରିସ୍ଥିତିରେ ଭକ୍ତ ଓ ଭଗବାନଙ୍କୁ ଏକ କରିବା ତଥା ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବାରିପଦା ସହର ଟକଟପୁର ଅଞ୍ଚଳର ରତିଶ୍ ବାରିକଙ୍କ ପୁତ୍ର ସୁବ୍ରତ କୁମାର ବାରିକ୍ (୧୭) ଦୀର୍ଘ ୧୫ ଦିନ ପରିଶ୍ରମ କରି ନିଜ ଘରେ ଏକ ସୁନ୍ଦର ରଥ ନିର୍ମାଣ କରିଛନ୍ତି ।
ଗତକାଲି ପୁରୀ ରଥଯାତ୍ରା ଅନୁଯାୟୀ ଘରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ କରି ଭିବିନ୍ନ ଭୋଗ ରାଗ ଦେଇ ପୂଜାର୍ଚ୍ଚନା କରିଛନ୍ତି। ଘଣ୍ଟ ଏବଂ ଶଙ୍ଖ ନାଦର ତଳେ ତଳେ ରଥ ଉପରକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଆଉ ଏଥିରେ ସୁବ୍ରତ ଙ୍କୁ ସହଯୋଗ କରିଥିଲେ ସାରା ପରିବାର । ବାପା ରତିଶ୍ ଙ୍କ କହିବା ମୁତାବକ ପୁଅର ଛୋଟ ବେଳୁ ବିଭିନ୍ନ ଆର୍ଟ ପ୍ରତି ପ୍ରବଳ ଇଚ୍ଛା ରହିଆସିଛି । ତେଣୁ ସେ ଦୁର୍ଗାପୂଜା ସମୟରେ ଦୁର୍ଗାଙ୍କ ମେଢ଼, ଗଣେଶ ପୂଜା ସମୟରେ ଗଣେଶଙ୍କ ଉର୍ତ୍ତି, ସରସ୍ୱତୀ ପୂଜା ସମୟରେ ମା’ ସରସ୍ଵତୀଙ୍କ ମୂର୍ତ୍ତି ତିଆରି କରି ଘରେ ପୂଜା କରାଯାଏ ଏବଂ ଫାଙ୍କା ସମୟେ କଲର ପେନ୍ସିଲ ମାଧ୍ୟମରେ ବି ଅନେକ ଆର୍ଟ ତିଆରି କରିଥାଏ । ତେଣୁ ପୁଅର ଏଭଳି ଆର୍ଟ ଦିଗରେ ଉତ୍ସାହକୁ ଦେଖି ବାପା ରତିଶ୍ ଓ ମା ସତ୍ୟଭାମା ପୁଅକୁ ଉତ୍ସାହିତ କରିଥିଲେ । ଆଉ ଆଜି ମଧ୍ୟ ନିଜ ଘରେ ରଥଯାତ୍ରା ପାଳନ କରୁଥିବାରୁ ସେମାନେ ବେସ୍ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି ।
ବାରିପଦା ଅଞ୍ଚଳର ତିନି ଛାତ୍ର ଚିରଞ୍ଜୀବ ନନ୍ଦି, ଗୋବିନ୍ଦ ସାହୁ ଏବଂ ଅବିନାଶ ଖିଲାର ମିଳିତ ଭାବେ ନିର୍ମାଣ କରିଛନ୍ତି କୁନି ରଥ। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ବନ୍ଦ ରହିଛି।
The post କୁନି ଛାତ୍ରଙ୍କ ହାତରେ କୁନି ରଥ first appeared on Sambad.from ଜିଲ୍ଲା | Sambad https://ift.tt/3idPEee
0 Comments