
ସମ୍ବଲପୁର : ସାଇବର୍ ଲୁଟେରାମାନେ ପ୍ରତିଦିନ ଭିନ୍ନ ଭିନ୍ନ ଉପାୟରେ ଲୁଟିବାକୁ ଜାଲ ବିଛାଉଛନ୍ତି। କିଛି ଦିନ ତଳେ ଏହି ଲୁଟେରାମାନଙ୍କ ଜାଲରେ ଏମ୍ସିଏଲ୍କ ପରାଚାଳକ ବି ପଡ଼ିଗଲେ। ଆଉ ଲୁଟେରାମାନେ କାଳ ବିଳମ୍ବ ନକରି ତାଙ୍କ ଏସ୍ବିଆଇ ଆକାଉଣ୍ଟରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟୁନେଲେ। ଏ ନେଇ ବୁର୍ଲା ଏମ୍ସିଏଲ୍ ପରିଚାଳକ ବି ଶ୍ରୀନିବାସ ରାଓ(୫୪) ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀସ, ଗତ ୨୬ ତାରିଖ ଦିନ ସାଇବର୍ ଲୁଟେରା ଜଣକ ଶ୍ରୀ ରାଓଙ୍କୁ କଲ୍ କରି ଏସ୍ବିଆଇ କଷ୍ଟମର୍ କେୟାରରୁ କହୁଛି ବୋଲି ପରିଚୟ ଦେଇଥିଲା। ଏହାପରେ ଏସ୍ବିଆଇ କ୍ରେଡିଟ୍ କାର୍ଡ ରିନୁଵାଲ୍ କରିବାକୁ ପଡ଼ିବ ବୋଲି କହିବା ସହ ଆକାଉଣ୍ଟ ତଥ୍ୟମାନ ମାଗିଥିଲା। ଶ୍ରୀ ରାଓ ମଧ୍ୟ ତଥ୍ୟ ଦେଇଥିଲେ। କିଛି ସମୟ ପରେ ଲୁଟେରା ଜଣକ ଶ୍ରୀ ରାଓଙ୍କ ଆକାଉଣ୍ଟରୁ ୧ ଲକ୍ଷ ୮୦ ହଜାର ଟଙ୍କା କାଟି ନେଇଥିଲା। ଏହାପରେ ଶ୍ରୀ ରାଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁର୍ଲା ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହ ଲୁଟେରାକୁ ଟ୍ରାକିଂ କରିବାକୁ ପ୍ରୟାସ କରିଥିଲା। ଏହା ସହ ଏସ୍ବିଆଇ ସହ ଯୋଗାଯୋଗ କରି ଖୋଳତାଡ଼ ଆରମ୍ଭ କରିଥିଲା। ପୁଲିସ ଓ ବ୍ୟାଙ୍କର ପ୍ରୟାସ ଫଳରେ ଶ୍ରୀ ରାଓଙ୍କ ଆକାଉଣ୍ଟକୁ ୧ ଲକ୍ଷ ୬୬ ହଜାର ୯ ଶହ ୩୧ ଟଙ୍କା ଫେରିଥିଲା।
ସାଇବର୍ ଲୁଟ୍ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଇବର୍ ଲୁଟେରାଙ୍କ ଠାରୁ ରକ୍ଷା ପାଇବା ପାଇଁ ସଚେତନ ରହିବାକୁ ପୁଲିସ ପକ୍ଷରୁ କହାଯାଇଛି। ନିଜର ବ୍ୟାଙ୍କ ଜମାଖାତାର ତଥ୍ୟ, ଓଟିପି ଆଦି କୌଣସି ବ୍ୟକ୍ତିଙ୍କ ନଦେବା ପାଇଁ ସମ୍ବଲପୁର ପୁଲିସ ଜନସାଦାରଣକୁ ନିବେଦନ କରିଛି।
The post ସାଇବର୍ ଲୁଟେରାଙ୍କ ଜାଲରେ ପଡ଼ିଗଲେ ଏମ୍ସିଏଲ୍ ପରାଚାଳକ, ପୁଲିସର ତ୍ବରିତ ପଦକ୍ଷେପ ପାଇଁ ଆକାଉଣ୍ଟକୁ ଫେରିଲା ୧ ଲକ୍ଷ ୬୬ ହଜାର ଟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3AFSotd
0 Comments