
ସମ୍ବଲପୁର : କରୋନା ସମୟରେ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ ସମସ୍ୟା, ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ଆଦି ବିରୋଧରେ ସମ୍ବଲପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଯୁବମୋର୍ଚ୍ଚା କର୍ମୀମାନେ କ୍ୟାଣ୍ଡେଲ ଧରି ଲକ୍ଷ୍ମୀ ଟକିଜ ଛକରୁ ବାହାରି ଗୋଲବଜାର ଛକ ଯାଏଁ ଶୋଭାଯାତ୍ରାରେ ଯାଇଥିଲେ। ଗୋଲବଜାର ଛକରେ ପହଞ୍ଚି ରାଜ୍ୟ ସରକାର ଓ ଟାଟା ପାୱାର ବିରୋଧରେ ସ୍ଲୋଗାନ ଦେଇଥିଲେ।
ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଆଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ମାନସ ରଞ୍ଜନ ବକ୍ସି, ଅରବିନ୍ଦ ନାଏକ, ପ୍ରଭୁଦତ୍ତ ପଣ୍ଡା, ସୁଦୀପ ପରିଡ଼ା, ମନୋରଞ୍ଜନ ଥାପା, ଚନ୍ଦନ ସାମଲ, ଆକାଶ ଆଚାର୍ଯ୍ୟ, ସୁଶ୍ରୀ କାଞ୍ଚନ ଲୁହା, ସରୋଜ ନାଗ, ତପନ ମାଝୀ, ଗୁଣନିଧି ଓରାମ, ଅଲେଖ ପଟ୍ଟନାୟକ, ସନ୍ତୋଷ ଠାକୁର, କେଶବ ଭୋଇ, ଅରୁଣ ଭୋଇ, ପିଣ୍ଟୁ ବେହେରା, ଆଶିଷ ପଟ୍ଟନାୟକ, କୁଶ ମୁଣ୍ଡା, ମଣ୍ଟୁ ଷଡଙ୍ଗୀ, ସୁଜିତ ସାହୁ, ନରେଶ ଗୁରୁ, ଦିନେଶ ସାହୁ, ଆଶିଷ ବାବୁ, ସଞ୍ଜୀବ ଖଣ୍ଡେଲୱାଲ ପ୍ରମୁଖ ସାମିଲ ଥିଲେ।
The post ସମ୍ବଲପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3xZl4eN
0 Comments