
ବୁର୍ଲା : ଚୋରି କରିବାଠାରୁ ଆରମ୍ଭ କରି ମାଡ଼ପିଟ କରିବା ସବୁକ୍ଷେତ୍ରରେ ଦୁର୍ନାମ ଅର୍ଜିଥିବା ଭିମ୍ସାରରେ ନିୟୋଜିତ ଏକ ଘରୋଇ ସିକ୍ୟୁରିଟି ସର୍ଭିସ ସଂସ୍ଥାର କର୍ମଚାରୀ ଏବେ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ବ୍ଲାକମେଲ୍ ଉଦ୍ୟମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ଭିମ୍ସାରରେ ନିୟୋଜିତ ଏହି ମହିଳା ସୁରକ୍ଷା କର୍ମୀଙ୍କ ଦୁଇ ବର୍ଷର ଶିଶୁପୁତ୍ରକୁ ଜ୍ୱର ହେଉଥିବାରୁ ସେ ଛୁଟି ମାଗି ଥିଲେ। ହେଲେ ତାଙ୍କୁ ଛୁଟି ମିଳି ନଥିଲା। ଗତକାଲି ସେହି ମହିଳା ସୁରକ୍ଷା କର୍ମୀ ଭିମ୍ସାରର ମହିଳା ହଷ୍ଟେଲ-୨ରେ ଡ୍ୟୁଟି କରୁଥିଲେ। ଏହି ମହିଳା ହଷ୍ଟେଲର ମେଟ୍ରୋନଙ୍କୁ ନିଜ ଛୁଆର ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିଥିଲେ। ମେଟ୍ରୋନ୍ଙ୍କ ଅନୁମତି ପରେ ମହିଳା ସୁରକ୍ଷା କର୍ମୀ ଜଣକ ନିଜ ଛୁଆକୁ ଧରି ହଷ୍ଟେଲରେ କ୍ଷୀର ଖୁଆଉଥିଲେ। ଏହି ସମୟରେ କାସିମ୍ ଖାନ ନାମକ ଜଣେ ସୁପରଭାଇଜର ହଷ୍ଟେଲର ପଛପଟୁ ଯାଇ ମହିଳା ସୁରକ୍ଷା କର୍ମୀଙ୍କ କ୍ଷୀର ଖୁଆଉଥିବା ସମୟରେ ଭିଡିଓ ଉଠେଇ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିବା ମହିଳା ସୁରକ୍ଷା କର୍ମୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ସୁପରଭାଇଜର ମହିଳା ସୁରକ୍ଷା କର୍ମୀଙ୍କୁ ଏ ବାବଦରେ ଯଦି କାହାକୁ କିଛି କହିବ, ତେବେ ତାଙ୍କର ନଗ୍ନ ଭିଡିଓ ସବୁଆଡେ ଭାଇରଲ କରିଦେବାର ଧମକ ମଧ୍ୟ ଦେଇଥିବାର ଅଭିଯୋଗ ହୋଇଛି। ଆଜି ଏ ନେଇ ସମ୍ପୃକ୍ତ ମହିଳା ସୁରକ୍ଷାକର୍ମୀ ନ୍ୟାୟ ଦାବିରେ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବୁର୍ଲା ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହିତ ଅଭିୁଯକ୍ତ ସୁଫରଭାଇଜରକୁ ଗିରଫ କରିଥିବା ଜଣାପଡ଼ିଛି।
The post ମହିଳା ସୁରକ୍ଷା କର୍ମୀଙ୍କ ନଗ୍ନ ଭିଡ଼ିଓ ଉଠାଇ ବ୍ଲାକ୍ମେଲ୍! ସୁପରଭାଇଜର ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3rpcy6w
0 Comments