
ଜଳେଶ୍ୱର: ଜଳେଶ୍ବର ଥାନା ପାଇକସିଦା ପଞ୍ଚାୟତ ଅନ୍ତର୍ଗତ ଉତ୍ତରପଡ଼ା ପୋଲ ନିକଟରେ କିଛି ଦୁର୍ବୃତ୍ତ ଦିନ ବେଳା ଡକାୟତି କରିବାକୁ ଯୋଜନା ଚଳାଇଥିଲେ। କୌଣସି ସୁତରୁ ଖବର ପାଇ ପୁଲିସ ସେଠାରେ ଚଢାଉ କରିଥିଲା। ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ତାର ୫ ସହଯୋଗ ଫେରାର ହୋଇ ଯାଇଥିଲେ। ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ଖଳାବାଡ଼ିଆ ଗାଁର ଚନ୍ଦ୍ରକାନ୍ତ ପାଳ(୨୬)। ତାପାଖରୁ ଏକ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ଗୋଟିଏ ଛୁରି, ୨ଟି ମୋବାଇଲ ଏବଂ ଗୋଟେ ଲଙ୍କାଗୁଣ୍ଡ ପ୍ୟାକେଟ୍ ପୁଲିସ ଜବତ କରିଛି। ଚନ୍ଦ୍ରକାନ୍ତ ତାର ୫ ଜଣ ସହଯୋଗୀ ସହ ଡକାୟତି ପାଇଁ ଯୋଜନା ଚଳାଇଥିଲେ। ପୁଲିସର ଚଢାଉ ସମୟରେ ସମସ୍ତେ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ଚନ୍ଦ୍ରକାନ୍ତକୁ ଧରିବାରେ ସଫଳ ହୋଇଥିଲା। ଏଏସ୍ଆଇ ସତ୍ୟନାରାୟଣ ବଳଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ଥିଲେ। ଫେରାର ୫ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଆଇଆଇସି ପର୍ଶୁରାମ ସାହୁ କହିଛନ୍ତି।
The post ଡକାୟତି ଯୋଜନା ବେଳେ ପୁଲିସର ଚଢ଼ାଉ: ବନ୍ଧୁକ ଓ ଗୁଳି ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/36HXzuR
0 Comments