
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଯୁବକ ଗିରୀଶ ସାହୁ (୨୮)ଙ୍କ ମୃତଦେହ ରବିବାର ଗାଁ ଶିବ ମନ୍ଦିର ନିକଟ ଏକ ଗଛରୁ ଶନିବାର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଦିନକ ଆଗରୁ ନିଖୋଜ ଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଗିରୀଶଙ୍କ ସଂପର୍କୀୟମାନେ ସନ୍ଦେହ ପ୍ରକାଶ କରିଛନ୍ତି।
ସୂଚନାନୁସାରେ ଗିରୀଶ ଗତ ଶୁକ୍ରବାର ଦିନ ପ୍ରାୟ ୧ଟା ବେଳେ କାହାକୁ କିଛି ନ କହି କେଉଁଆଡ଼େ ଚାଲି ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶନିବାର ଗ୍ରାମର କିଛି ଲୋକ ଜଙ୍ଗଲକୁ ଯିବା ବେଳେ ଶିବ ମନ୍ଦିର ନିକଟ ଗଛରେ ଗିରୀଶଙ୍କ ଶବ ଝୁଲୁଥିବା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କୁଚିଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ତେବେ ଗିରୀଶଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍ କହିଛି।
The post ନିଖୋଜ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ first appeared on Sambad.from ଜିଲ୍ଲା | Sambad https://ift.tt/36JQFVP
0 Comments