ପାଇକମାଳ : ପାଇକମାଳ ବ୍ଲକ୍‌ ଜାମସେଠ ପଞ୍ଚାୟତ ଡୁକୁକିଝରିଆ ରାସ୍ତା ନିକଟରେ ଥିବା ଗଛରୁ ରବିବାର ପୁଲିସ୍‌ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଜାମସେଠ ଗ୍ରାମର ଚତୁର ଭୋଇ (୫୦)।

ସ୍ବର୍ଗତ ଭୋଇ ଶନିବାର ଡୁଡୁକିଝରିଆରେ ଥିବା ତାଙ୍କ ଶ୍ବଶୁର ଘରକୁ ଯାଇଥିଲେ। ସେଠାରୁ ବିଳମ୍ବିତ ସଂଧ୍ୟାରେ ଫେରି ଗାଁଠାରୁ ଅନତି ଦୂରରେ ଥିବା ଏକ ଗଛରେ ଲୁଙ୍ଗି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ପାଇକମାଳ ଥାନା ଏଏସ୍‌ଆଇ ଗଙ୍ଗାରାମ ନାଏକ, କନେଷ୍ଟବଳ ଅମି ସାହୁ, ଗ୍ରାମରକ୍ଷୀ ଲୋକନାଥ ଭୋଇ ଘଟଣାସ୍ଥଳରେ ପହଂଚି ଝୁଲନ୍ତା ଶବକୁ ଉଦ୍ଧାର କରିଥିଲେ। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଶବକୁ ପଦ୍ମପୁର ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

The post ଗଛରୁ ଝୁଲନ୍ତା ଶବ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3iOBG2n