ପୁରୀ: ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ପ୍ରଥମ ବର୍ଷରେ ସମୁଦାୟ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ ଆଜି ନୀଳାଦ୍ରି ଭକ୍ତ ନିବାସ ଠାରେ ପୁରସ୍କୃତ କରାଯାଇଛି। ସେଥିମଧ୍ୟରୁ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୭୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୯  ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ରୋତ୍ସାହନ ରାଶି ସହ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ପୁସ୍ତକ ମଧ୍ୟ ପ୍ରଦାନ କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାନେ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।

The post ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀ ପୁରସ୍କୃତ first appeared on Sambad.

from ଜିଲ୍ଲା | Sambad https://ift.tt/3xs6pZl