
ବାଉଁଶୁଣି : ବୁଧବାର ବୌଦ୍ଧ ଜିଲ୍ଲା ବହିରା ପେକ୍ସରେ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଚାଲିଥିଲା। ଏହି ସମୟରେ ଚାଷୀମାନେ ବର୍ଷାରେ ଭିଜି ଲାଇନରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। ବୁଧବାରଠାରୁ ଫର୍ମ ଗ୍ରହଣ ଆରମ୍ଭ ହୋଇଥିବାରୁ ଚାଷୀଙ୍କ ଭିଡ଼ ଲାଗିଥିଲା। ବର୍ଷାକୁ ଖାତିର ନକରି ଚାଷୀମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ତଥାପି ଅନେକ ଚାଷୀ ପଞ୍ଜୀକରଣ କରି ନପାରି ଫେରି ଯାଇଥିଲେ। ଏନେଇ ସମ୍ପାଦକ ପ୍ରଦୀପ ପାତ୍ରଙ୍କୁ ପଚରାଯିବାରୁ ଚାଷୀଙ୍କୁ ବୁଝାଇଲେ ମଧ୍ୟ ସେମାନେ ବୁଝିନଥିଲେ ବୋଲି ପ୍ରକାଶ କରିଛନ୍ତି।
The post ପଞ୍ଜୀକରଣ ପାଇଁ ବର୍ଷାରେ ଭିଜିଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3kI9L7c
0 Comments