ବାଲେଶ୍ବର : ୧୯୮୫ ବ୍ୟାଚ୍‌ର ଭାରତୀୟ ‌ରେଳ ଟ୍ରାଫିକ ସେବା(ଆଇଆରଟିଏସ୍‌) ଅଧିକାରୀ ଅର୍ଚ୍ଚନା ଯୋଶୀ ଶୁକ୍ରବାର ଦକ୍ଷିଣ ପୂର୍ବ ରେଳବାଇ(ଏସ୍‌ଇଆର)ର ମହା ପ୍ରବନ୍ଧକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରେଳ ମନ୍ତ୍ରଣାଳୟର ପର୍ଯ୍ୟଟନ ଏବଂ କ୍ୟାଟରିଂ ବିଭାଗରେ କାର୍ଯ୍ୟରତ ଥିଲେ। ଶ୍ରୀମତୀ ଯୋଶୀ ଦକ୍ଷିଣ-ପୂର୍ବ ରେଳବାଇର ପ୍ରଥମ ମହିଳା ଅଧିକାରୀ ଭାବେ ମହାପ୍ରବନ୍ଧକ ଦାୟିତ୍ବ ପାଇଛନ୍ତି। ରେଳ ସେବାରେ ସେ ମଧ୍ୟ ପ୍ରଥମ ମହିଳା ଆଇଟିଏସ୍‌ ବୋଲି ସୂଚନା ଦିଆଯାଇଛି।

ଶ୍ରୀମତୀ ଯୋଶୀ ରେଳବାଇର ବିଭିନ୍ନ ଜୋନ୍‌ରେ କାର୍ଯ୍ୟ କରିଛନ୍ତି। ଉତ୍ତର ରେଳବାଇ, ଉତ୍ତର ପଶ୍ଚିମ ରେଳବାଇ, ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ଉତ୍ତର ପୂର୍ବାଞ୍ଚଳ ରେଳବାଇରେ ଅତିରିକ୍ତ ଜେନେରାଲ୍ ମ୍ୟାନେଜର, ମୁଖ୍ୟ ବାଣିଜ୍ୟ ପରିଚାଳକ, ମୁଖ୍ୟ ଅପରେସନ୍ ମ୍ୟାନେଜର, ସିନିୟର ଡେପୁଟି ଜେନେରାଲ୍ ମ୍ୟାନେଜର ଆଦି ପଦରେ କାର୍ଯ୍ୟ କରିଥିବା ଜଣାଯାଇଛି।

The post ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଭାବେ ଦାୟିତ୍ବ ଗ୍ରହଣ କଲେ ଅର୍ଚ୍ଚନା ଯୋଶୀ first appeared on Sambad.

from ଜିଲ୍ଲା | Sambad https://ift.tt/3fAc3BZ