ରେଢ଼ାଖୋଲ : ୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଫରେଷ୍ଟ ଡାକବଙ୍ଗଳା ନିକଟରେ ରବିବାର ଏକ ଅଜଣା ଗାଡ଼ି ଧକ୍କାରେ ରେଢ଼ାଖୋଲ ଥାନାର ପୁଲିସ୍‌ କନେଷ୍ଟବଳ ଅରୁଣ ଆରୁଖ (୫୯)ଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ଆରୁଖ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ମୂଳ ବାସିନ୍ଦା ହୋଇଥିବା ବେଳେ ସମ୍ବଲପୁର ସହର ମୁଦିପଡ଼ାରେ ପରିବାର ନେଇ ରହିବା ସହ ରେଢ଼ାଖୋଲ ଥାନାରେ କାର୍ଯ୍ୟରତ ଥିଲେ।

ଆଜି ସନ୍ଧ୍ୟାରେ ଡ୍ୟୁଟି ସାରି ନିଜ ବାଇକ୍‌ (ଓଡି ୧୫କ୍ୟୁ-୧୯୪୭)ରେ ସମ୍ବଲପୁର ବାହାରିଥିଲେ। ମାତ୍ର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚାରମାଳ ଫରେଷ୍ଟ ଡାକବଙ୍ଗଳା ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ପୁଲିସ୍‌ ବିଭାଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପତ୍ନୀଙ୍କ ସହ ଦୁଇ ବିବାହିତ ପୁତ୍ର ଓ ପରିବାର ବର୍ଗ ଅଛନ୍ତି।

The post ଅଜଣା ଗାଡ଼ି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3ksAC73