ବୈତରଣୀରୋଡ : ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ଦୁର୍ନୀତି ସୀମା ଟପିଛି। କେଉଁଠି ବିନା ଲିଜ୍‌ରେ ପଥର ଖାଦାନ ଲୁଟ୍‌ ହେଉଛି ତ ଆଉ କେଉଁଠି ନଦୀବାଲି ବୋହି ନିଆଯାଉଛି। ଏଭଳି ସ୍ଥିତିରେ ଶନିବାର ସକାଳୁ ଏକ ଚୋରା ବାଲିଘାଟରୁ ୧୭ଟି ଟ୍ରାକ୍ଟର ଜବତ ହୋଇଛି।

ଯାଜପୁର ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦେଶରେ ତଥା ବ୍ୟାସନଗରର ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କ ନେତୃତ୍ବରେ ଏକ ସ୍କ୍ବାଡ୍‌ ଆଜି ଭୋରୁ ଗୌରପୁର ପଞ୍ଚାୟତର ନୈୟାହାଟ ପାଟଣା ବାଲିଘାଟରେ ଚଢ଼ଉ କରି ୧୭ଟି ଟ୍ରାକ୍ଟର ଜବତ କରିଛନ୍ତି। ଏଠାରେ ବାଲି ବୋଝେଇ କରିବା ପାଇଁ ଟ୍ରାକ୍ଟର ଗୁଡ଼ିକ ଛିଡ଼ା ହୋଇଥିଲେ। ଜବତ ୧୭ଟି ଟ୍ରାକ୍ଟରକୁ ତାରାକୋଟ ଆରଆଇଙ୍କ କାର୍ଯ୍ୟାଳୟରେ ରଖାଯାଇଛି। ଆଜିର ଚଢ଼ଉରେ ଅତିରିକ୍ତ ତହସିଲଦାର ଶ୍ରୀ ମଲ୍ଲିକଙ୍କ ସହ ସୁପରଭାଇଜର ଧନେଶ୍ବର ସାହୁ, ଆରଆଇ ସେବତୀ ବାନାରା, ଏଆରଆଇ ସୁଧିରଂଜନ ମଲ୍ଲିକ, କାଟେ ପୂର୍ତ୍ତି, ସୁଜିତ ସାମଲ, ସରୋଜ ମଲ୍ଲିକ, ବସନ୍ତ ଦେଉରୀ, ଏଆରଆଇ ବାବୁଲାଲ ସାମାଡ଼, କର୍ମଚାରୀ ସୁବାସ ଚନ୍ଦ୍ର ସାହୁ, କିଶୋର ପ୍ରଧାନଙ୍କ ସମେତ ପାଣିକୋଇଲି ଓ କୋରେଇ ଥାନାର କେତେକ ପୁଲିସ୍‌ କର୍ମଚାରୀ ସାମିଲ ହୋଇଥିଲେ।

The post ଚୋରା ବାଲିଘାଟରୁ ୧୭ ଟ୍ରାକ୍ଟର ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3jNdT50