
ଖୋର୍ଦ୍ଧା: ରାଜ୍ୟ ଖାଦ୍ୟ କମିସନର ପ୍ରମୋଦ କୁମାର ମେକାପ୍ ଆଜି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଗସ୍ତ କରି ଯୋଗାଣ ବିଭାଗ ଓ ହାଇସ୍କୁଲର ଉନ୍ନତୀକରଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଆଜି ପୂର୍ବାହ୍ନରେ ରାଜ୍ୟ ଖାଦ୍ୟ କମିଶନର ଶ୍ରୀ ମେକାପ୍ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ପହଂଚିଥିଲେ। ସେଠାରୁ ମଳିପଡ଼ା ପଂଚାୟତର କଁପୁର ଖାଉଟି କେନ୍ଦ୍ର ପରିଦର୍ଶନ କରିବା ସହ ଖାଉଟିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ୍ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସମୀକ୍ଷାରେ ରାସନ୍କାର୍ଡ଼ ବଣ୍ଟନ, ଖାଉଟି କେନ୍ଦ୍ରରେ ବଣ୍ଟନର ସମସ୍ୟା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ହାଇସ୍କୁଲ ଗୁଡ଼ିକର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରି ବିକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟକୁ ଏକ ଉଲ୍ଲେଖନୀୟ ଶିକ୍ଷାକେନ୍ଦ୍ରରେ ପରିଣତ କରିବାକୁ ଗୁରୁତ୍ୱ ଦେଇଥିଲେ।
ଆଜିର ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଯୋଗାଣ ବିଭାଗ ଅଧିକାରୀ ଅନାମଚରଣ ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ପୁରାତନ ଛାତ୍ର ପ୍ରଫେସର ନାରାୟଣ ରାଓ, ପ୍ରଧ୍ୟାପକ ଗୋପାଳକୃଷ୍ଣ ଦାସ, ବିମଳ କୁମାର ଷଡ଼ଙ୍ଗୀ, ଦେବ ପ୍ରସାଦ ମଜମ୍ମୁଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବିଜେପି ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ।
The post ରାଜ୍ୟ ଖାଦ୍ୟ କମିସନରଙ୍କ ଖୋର୍ଦ୍ଧା ଗସ୍ତ first appeared on Sambad.from ଜିଲ୍ଲା | Sambad https://ift.tt/2WuZ5OZ
0 Comments