ମାଲକାନଗିରି: ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜି ଭୂବନେଶ୍ବରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମାଲକାନଗିରି ସ୍ଥିତ ଡିଆରଡିଏ ସଭାଗୃହେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁ, ନାବାର୍ଡର ଏଲଡିଏମ ଏନ.ପି.ପାଢୀ, ଡିଡିଏମ ଡି. ବେଉରିଆ, ଡିପିଏଲ ପିଏମ ବାରା ଏବଂ ସମାରୀ ମୁଦୁଲି। ମାଲକାନଗିରି ବ୍ଲକର ମାର୍କାପାଲ୍ଲୀ ପଞ୍ଚାୟତର ପୋଡାଘାଟ ଗ୍ରାମର ସମାରୀ ମଦୁଲିଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା।

ଜିଲ୍ଲାରେ ଜଣେ ଆଦିବାସୀ ଝିଅ ହୋଇ ନାବାର୍ଡ ତରଫରୁ ସିଲେଇ ଶିକ୍ଷା ଲାଭ କରିବା ସହ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଇବାରେ ସଫଳ ହୋଇଛନ୍ତି। ତାଙ୍କର ଏହି କାମକୁ ଜିଲ୍ଲା ପ୍ରଶାସନ ତରଫରୁ ଭୃୟସୀ ପ୍ରଶଂସା କରାଯିବା ସହ ସମ୍ମାନୀତ କରାଯାଇଥିଲା। ନାବାର୍ଡର କାର୍ଯ୍ୟକ୍ରମ ଗୁଡିକ କୃଷିଭିତ୍ତିକ ଏବଂ ସମାଜିକ ଧର୍ମୀ ହୋଇଥିବାରୁ ଜିଲ୍ଲାପାଳ ଆଗାମୀ ଦିନରେ ନାବାର୍ଡ ନିଜର କାମକୁ ଆଗ୍ରାଧିକାର ଦେବ ବୋଲି କହିଥିଲେ। ତାଂକର କାମକୁ ମଧ୍ୟ ପ୍ରଶଂସା କରିଥିଲେ।

The post ନାବାର୍ଡର ପ୍ରତିଷ୍ଠା ଦିବସ ପାଳିତ first appeared on Sambad.

from ଜିଲ୍ଲା | Sambad https://ift.tt/3zjeRL3