ଚାନ୍ଦିପୁର: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାଲେଶ୍ବର ଜିଲ୍ଲାରେ ଏବେବି ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିଛି। ତେବେ ରବିବାର ଅପରାହ୍‌ଣରେ ବାଲେଶ୍ବର ସହରରେ ସଟଡାଉନ କଟକଣା ବଳବତ୍ତର ରହିଥିବା ବେଳେ ଚାନ୍ଦିପୁର ବେଳାଭୂମିରେ କିନ୍ତୁ ପ୍ରବଳ ଜନସମାଗମ ହେଉଛି। ବେଳାଭୂମି ଭିତରେ ଯାନବାହନ ଓ ଦୋକାନ ପ୍ରବେଶ କରାଇ ଶହଶହ ଲୋକ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା।
ଏନେଇ ଖବର ପାଇବା ପରେ ବଳରାମଗଡ଼ି ସାମୁଦ୍ରିକ ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ିଚାଳକଙ୍କ ଠାରୁ ଜରିମାନା ଆଦାୟ କରିବା ଆରମ୍ଭ କରିଥିଲେ। ହେଲେ ଜରିମାନା ନଦେବାକୁ ସଫା ସଫା ମନା କରିଦେଇଥିଲେ କିଛି ଗାଡ଼ିଚାଳକ। ସଟ୍‌ଡାଉନରେ ବେଳାଭୂମିକୁ ଶତାଧିକ ଲୋକ ଯାନବାହନ ଧରି ପ୍ରବେଶ କରିଲା ବେଳେ ପୁଲିସ ଦେଖଣାହାରୀ ସାଜୁଛି। ଯଦି ସବୁକିଛି ବନ୍ଦ ରହିଛି ତାହେଲେ ବେଳାଭୂମି ପାର୍କିଂ‌ସ୍ଥାନରେ ଏବଂ ବେଳାଭୂମିରେ ଏ‌େତସଂଖ୍ୟକ ଗାଡ଼ି କାହିଁକି ରଖାଯାଇଛି। ‌ସବୁ ଗାଡ଼ିରୁ ଜରିମାନା ଆଦାୟ କରାଗଲେ ଅାମେ ବି ଜରିମାନା ଗଣିବୁ ନହେଲେ ଟଙ୍କାଟିଏ ଦେବୁନାହିଁ କହି ପୁଲିସ ସହ କିଛି ଗାଡ଼ିଚାଳକ ମୁହାଁମୁହିଁ ହୋଇଥିବା ଦେଖାଯାଇଥିଲା।

The post ସହରରେ ସଟ୍‌ଡାଉନ ବେଳାଭୂମିରେ ଭିଡ଼: ଜରିମାନା ଆଦାୟକୁ ନେଇ ପୁଲିସ-ଗାଡ଼ିଚାଳକ ମୁହାଁମୁହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3evZVRY