
ଜୟପୁର: କାର୍ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ଥାନକୁ ହରାଇଥିଲେ। ଏହି ଯୁଦ୍ଧରେ ସାମିଲ୍ ହୋଇଥିଲେ ଜୟପୁରର ଅବସରପ୍ରାପ୍ତ ଲାନସ୍ ନାୟକ ହାବିଲଦାର ନରସିଂହ ନାୟକ। ତାଙ୍କୁ ବିଜେପି ପକ୍ଷରୁ ବିଜୟ ଦିବସ ଅବସରରେ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏଥିରେ ନଗର ସଭାପତି ସାଧୁ ଚରଣ ଦାଶ ଚୌଧୁରୀ, ଜିଲ୍ଲା ସାଧାରଣ ସମ୍ପାଦକ ବୈଦ୍ୟନାଥ ମିଶ୍ର, ଜିଲ୍ଲା ଅନୁସୂଚିତ ଜାତି ସାଧାରଣ ସମ୍ପାଦକ ମଧୁ ହିଆଲ, ଭାବନୀ ଶଙ୍କର ମିଶ୍ର, ନଳନୀକାନ୍ତ ଦାଶ ଓ ବ୍ରହ୍ମାଜି ଆଚାରି ପ୍ରମୁଖ ଭାଗ ନେଇ ଉପଢ଼ୌକନ ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଓ ରାଜ୍ୟ ପରିଷଦର ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ ଶୁଭେଛାବାର୍ତ୍ତା ଦେଇଥିଲେ।
୨୧୨ ରକେଟ ରେଜିମେଣ୍ଟ କାର୍ଗିଲର ଲାନସ୍ ନାୟକ ହାବିଲଦାର ଥିଲେ ନରସିଂହ। ପାକିସ୍ତାନ ଅକ୍ତିଆରରେ ଥିବା କାଶ୍ମୀରର ହାମ୍ଭଟିଙ୍ଗଳା, ଟାଇଗର ହିଲ, ଥାରୁ, ଜୁବାର, ମସ୍କୋ ଭେଲି, ପୋଇଣ୍ଟ ୫୧୪୦, ପୋଇଣ୍ଟ ୪୦୦୧ ଭଳି ସ୍ଥାନକୁ ଭରତୀୟ ସେନା ଯୁଦ୍ଧ କରି ନିଜ ଅକ୍ତିଆରକୁ ଆଣିଥିଲା ଏବଂ ସେନାର ଅପୂର୍ବସାହସ ଆଜି ବି ଅବିସ୍ମରଣୀୟ ବୋଲି ଶ୍ରୀ ନାୟକ କହିଥିଲେ। ଏଥିରେ ସେ ସାମିଲ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ।
The post ବିଜୟ ଦିବସରେ ଲାନସ୍ ନାୟକ, ନରସିଂହ ନାୟକଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା first appeared on Sambad.from ଜିଲ୍ଲା | Sambad https://ift.tt/3l3AyuA
0 Comments