ଦଶରଥପୁର : ଲଘୁଚାପ ବର୍ଷା ପରେ ଦଶରଥପୁର ବ୍ଲକ୍‌ କୟାଁ ପଞ୍ଚାୟତରେ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି। ଶନିବାର ଦିନ ପ୍ରାୟ ଦେଢ଼ଟା ବେଳେ ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କର ଏକ ଗାଈ କାଣି ନଦୀ କୂଳରେ ଘାସ ଚରୁଥିଲା। ଏହି ସମୟରେ ନଦୀ ଭିତରେ ଥିବା ଏକ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା। ପାଖରେ ଥିବା କିଛିଲୋକ ଗାଈର ରଡ଼ି ଶୁଣିବା ପରେ ଲୋକଙ୍କୁ ଡାକ ପକାଇଥିଲେ। ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଗାଈର ସନ୍ଧାନ ପାଇନଥିଲେ।

ଏକ ବଡ଼ କୁମ୍ଭୀର ପାଣିଭିତରେ ବୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନଦୀକୂଳିଆ ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭର କରୁଥିବା ବେଳେ ନଦୀପାଖରେ ଗୃହପାଳିତ ପଶୁ ଗାଈ, ବଳଦ, ଛେଳି ଇତ୍ୟାଦି ବାନ୍ଧିବାକୁ ସୁରକ୍ଷିତ ମଣୁନାହାନ୍ତି। ସୂଚନା ଥାଉ କି, ଗତ କିଛିବର୍ଷ ହେଲା କୟାଁ ଅଞ୍ଚଳରୁ କେତେଗୁଡ଼ିଏ ଗାଈ, ଛେଳି ଓ ବଳଦକୁ କୁମ୍ଭୀର ଟାଣିନେବାର ନଜିର ରହିଛି। ବନ ବିଭାଗ ଅଧିକାରୀ ଏହି କୁମ୍ଭୀରକୁ ଧରି ଅନ୍ୟତ୍ର ଛାଡ଼ିବାକୁ ଦାବି ହେଉଛି।

The post କୟାଁ ପଞ୍ଚାୟତରେ ଆତଙ୍କ, ଗାଈକୁ ଟାଣିନେଲା କୁମ୍ଭୀର first appeared on Sambad.

from ଜିଲ୍ଲା | Sambad https://ift.tt/2UKF0nl