ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଦୋକାନରେ ପଶି ଜଣଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଅଳତି ଗ୍ରାମର ଦୁଃଶାସନ ସାମଲ (୪୮) ଏବଂ ତାଙ୍କ ଭାଉଜ ପ୍ରଭାବତୀ ସାମଲ (୪୦)ଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ରକରି ଶନିବାର ସନ୍ଧ୍ୟାରେ ପାଟିତୁଣ୍ତ ହୋଇଥିଲା। ଏନେଇ ପ୍ରଭାବତୀ ବାପଘରେ ଜଣାଇଥିଲେ। ଖବର ପାଇ ପ୍ରଭାବତୀଙ୍କ ଭାଇ ଆର୍ତ୍ତ ଖୁଣ୍ଟିଆ (୫୦) ଓ କୁନା ଖୁଣ୍ଟିଆ ରାତି ୮ଟାବେଳେ ଅଳତିରେ ପହଞ୍ଚି ଦୋକାନରେ ପଶି ଦୁଃଶାସନଙ୍କୁ ଖଣ୍ତା, ଭୁଜାଲିରେ ହାଣି ଲହୁଲୁହାଣ କରିଥିଲେ। ଖବର ପାଇ ରାମଚନ୍ଦ୍ରପୁର ପୁଲିସ ପହଞ୍ଚି ଗୁରୁତର ଦୁଃଶାସନଙ୍କୁ ଡାକ୍ତରଖାନା ପଠାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏନେଇ ଦୁଃଶାସନଙ୍କ ପତ୍ନୀ ଅନୁପମା ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

The post ଦୋକାନରେ ପଶି ଆକ୍ରମଣ, ଜଣେ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3yINWYH