ପୁଇନ୍ତଲା : କୁରୁଲ ହାଇସ୍କୁଲଠାରେ ପୁଇନ୍ତଲା ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି ଦିଗାମ୍ବର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଡ. ସୁଧାଂଶୁ ଶେଖର ପଟ୍ଟନାୟକ ମୁଖ୍ୟବକ୍ତା, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ବଲାଙ୍ଗୀର ‘ସମ୍ବାଦ ସାହିତ୍ୟଘର’ ସଭାପତି ସଂଦୀପ କୁଅଁର, କଣ୍ଟାମାଳ ସହକାରୀ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, କଳାଧାମ ନିର୍ଦେଶକ ଦିଲୀପ ସିଂହଦେଓ, ତେଜସ୍ମିନୀ ସଂପାଦିକା ଲିଲି ପଟେଲ, ସମୀକ୍ଷକ ରାମଚନ୍ଦ୍ର ପଟେଲ, ଦେବାଶିଷ ଦେଶୀନାୟକ, ସବିତା ମାହରା, ସୁସ୍ମିତା ପ୍ରଡକ୍ସନ ପ୍ରକାଶିକା ସିସ୍ମିତା ପଟେଲ, ଆଇନଜୀବୀ ଭକ୍ତ ନାଏକ, ଅଘରିଆ ସମାଜ ସଭାପତି ହରିଶଙ୍କର ସାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାହିତ୍ୟଘର ସଂପାଦକ କବି ନବକିଶୋର ବେହେରା ଓ ରାଜୀବ ଲୋଚନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆୟୋଜିତ ଏହି ଆସରରେ କବି ଜଗବନ୍ଧୁ ପଟେଲଙ୍କ ପୁସ୍ତକ ପ୍ରେମସିନ୍ଧୁ, ବାରମାସୀ ଓ ରଙ୍ଗରଙ୍ଗିଆ ଉନ୍ମୋଚିତ ହୋଇଥିଲା। ହୃଷୀକେଶ ପୁରୋହିତ, ଯଶୋବନ୍ତ ପଟେଲ, ଡ. ଭବାନୀ ଶଙ୍କର ପ‌େଟଲ, ଭକ୍ତ ଚରଣ ନାଏକ, ବ୍ରହ୍ମାନନ୍ଦ ବନଛୋର, ପ୍ରକୃତିବନ୍ଧୁ ଉକାଲୁ ସା, କବିତା ପାଠ କରିଥିଲେ। ରଂଜିତ ମିଶ୍ର, ବିଧାନ ଚନ୍ଦ୍ର ନାଏକ, ବିନୋଦ ଦାଶ, ଆନନ୍ଦ ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ ପୁଇନ୍ତଲା ପ୍ରତିନିଧି ବାରଣ ଭୂୟାଁ ଧନ୍ୟବାଦ ଦେଇଥିଲେ।

The post ପୁଇନ୍ତଲା ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବର୍ଷା କବିତା ଆସର first appeared on Sambad.

from ଜିଲ୍ଲା | Sambad https://ift.tt/3wHfpss