
ବାଲିଅନ୍ତା :ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତାର ହୀରାପୁରସ୍ଥିତ ମନେଇ ପୋଖରୀ ନିକଟରେ ଆଜି ଦୁଇଜଣ ଦୁର୍ବୃତ୍ତ ବାଇକରେ ଯାଉଥିବା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ ଉକ୍ତ କର୍ମଚାରୀଙ୍କ ବାଇକକୁ ଗୋଇଠା ମାରିବାରୁ ସେ ବାଇକ ସହ ନଦୀବନ୍ଧ ତଳକୁ ଖସିପଡ଼ିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ। ଲୁଟର ଶିକାର ହୋଇଥିବା ଉକ୍ତ ସଂସ୍ଥାର କର୍ମଚାରୀ ଭୋଳାଶଙ୍କର ବେହେରା ଏସଂପର୍କରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ଲୁଟେରାଙ୍କ ପତ୍ତା ମିଳି ନାହିଁ। ଭୋଳାଶଙ୍କରଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅନ୍ୟପକ୍ଷରେ ଫାଣ୍ଡି ପୁଲିସ ଭୋଳାଶଙ୍କରଙ୍କୁ ଅଟକ ରଖି ଘଟଣାର ସତ୍ୟତା ଜାଣିବା ପାଇଁ ପଚରାଉଚରା ଚଳାଇଛି।
The post ବାଇକକୁ ଗୋଇଠା ମାରି ଲୁଟିନେଲେ ୫୦ ହଜାର ଟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3hFDfze
0 Comments