
ସମ୍ବଲପୁର : ଆଜି ସମ୍ବଲପୁର ଲକ୍ଷ୍ମୀଟକିଜ୍ ସ୍ଥିତ ହୋଟେଲ ଶିଭମ ପ୍ୟାଲେସ୍ରେ ଅଗ୍ନିକାଣ୍ଡଳ ଘଟିଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ହୋଟେଲ୍ର ପାର୍କିଂ ଅଞ୍ଚଳରେ ନିଆଁ ଲାଗିଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ୨ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ପାର୍କିଂ ସ୍ଥାନରେ ଥିବା କିଛି ପ୍ୟାନେଲ୍ ପୋଡ଼ିଯାଇଥିଲା। ଅଗ୍ନିଶମ ବାହିନୀର ତ୍ବରିତ ପଦକ୍ଷେପ ପାଇଁ ବଡ଼ ଧରଣର ଅଗ୍ନିକାଣ୍ଡ ଟସି ଯାଇଥିଲା। ନିଆଁକୁ ଖୁବ୍ଶୀଗ୍ର ଆୟତ୍ତ କରାଯିବାରୁ ପାର୍କିଂ ଅଞ୍ଚଳରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ ସୁରକ୍ଷିତ ରହିଯାଇଥିଲା।
ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ, ହୋଟେଲ୍ର ବିଶେଷ କ୍ଷତି ହୋଇ ନଥିବା ବେଳେ ହୋଟେଲ୍ରେ ଲଗାଯାଇଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ସଠିକ୍ ଭାବେ କାମ କରିନଥିଲା।
The post ହୋଟେଲ ଶିଭମ ପ୍ୟାଲେସ୍ରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ପାଇଁ ଟଳିଲା ବଡ଼ ଅଗ୍ନିକାଣ୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3Bq6VcF
0 Comments