ନାବାଳିକାର ସନ୍ଦେହଜନକ ମୃତ୍ୟୁ 

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଚାଜାମଗୁଡାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ହୋଇଥିବା ନାବାଳିକା କୁଚା ଜାମଗୁଡା ଗ୍ରାମର ସସ୍ମିତା ହରିଜନ (୧୫) ବୋଲି ଜଣାପଡ଼ିଛି । ନିଜ ଭାଇ ସହ ମୋବାଇଲକୁ ନେଇ ଗଣ୍ଡଗୋଳ ହୋଇଥିଲା। ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପ୍ରିୟରଞ୍ଜନ ବାହାଲି ସୂଚନା ମୁତାବକ ପରିବାର ଲୋକେ ନାବାଳିକା ସସ୍ମିତାକୁ ପ୍ରଥମେ ମଇଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିଲେ। ପରେ ତାଙ୍କୁ ତୁରନ୍ତ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ।

ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସସ୍ମିତାକୁ ମୃତ ଘୋଷଣା କରିଥିଲେ । ସସ୍ମିତାର ବେକରେ ଦାଗ ରହିଥବା ଯୋଗୁ ସନ୍ଦେହ ହେବାରୁ ଡାକ୍ତର ପାପଡାହାଣ୍ଡି ଥାନାରେ ଖବର ଦେଇଥିଲେ । ଏହି ସମୟରେ ପରିବାର ଲୋକେ ଡାକ୍ତରକୁ ନଜଣାଇ ଶବକୁ ଏକ ଅଟୋ ଯୋଗେ ନେଇ ଯାଇଥିଲେ । ପୁଲିସ ଖବର ପାଇ ତୁରନ୍ତ ମୃତକ ଘରେ ପହଞ୍ଚଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ସସ୍ମିତା ଓ ଭାଇ ସହିତ ମୋବାଇଲକୁ ନେଇ କଳହ ହୋଇଥିଲା । ଏହାକୁ କେନ୍ଦ୍ର କରି ସସ୍ମିତା ଘର ଭିତରେ ଯାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପରିବାର ଲୋକେ ଦେଖିବା ପରେ ସସ୍ମିତାକୁ ତୁରନ୍ତ ମଇଦଲପୁର ଉପସ୍ୱାସ୍ଥ ପରେ ସେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଆଣି ଭର୍ତ୍ତି କରିଥିଲେ ।

The post ନାବାଳିକାର ସନ୍ଦେହଜନକ ମୃତ୍ୟୁ  first appeared on Sambad.

from ଜିଲ୍ଲା | Sambad https://ift.tt/2Wl3Zy4

Post a Comment

0 Comments