
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଦ୍ବିତୀୟ ଧଳା କୁମ୍ଭୀର ‘ମଲ୍ଲୀ’ ଅଣ୍ତା ଦେଇଛି। ଆବଦ୍ଧ ପୋଖରୀ ମଧ୍ୟରେ ମଲ୍ଲୀ ଅଣ୍ତା ଦେବାପରେ ତା’ର ବସାକୁ ଜଗି ରହିଛି। ମଲ୍ଲୀ ମା’ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ରହିଥିଲେ ବି ଏଭଳି ଘଟଣାକୁ ନେଇ ବନବିଭାଗରେ ଉତ୍ସାହ ଦେଖାଦେଇଛି।
ମଲ୍ଲୀ ୨୦୧୮ରେ ପ୍ରଥମଥର ପାଇଁ ୧୮ଟି ଅଣ୍ତା ଦେଇଥିଲା। ପୁରୁଷ କୁମ୍ଭୀର ସହ ମଲ୍ଲୀ ମିଳନ ପ୍ରକ୍ରିୟାରେ ସାମିଲ ହୋଇ ନ ଥିବାରୁ ସେହି ଅଣ୍ତାରୁ ଛୁଆ ବାହାରି ନ ଥିଲା। ତାକୁ ଠିକ୍ ୧୮ ବର୍ଷ ହେବା ପରେ ଏ ବର୍ଷ ଦ୍ବିତୀୟ ଥର ପାଇଁ ମଲ୍ଲୀ ଅଣ୍ତା ଦେଇଛି। କିନ୍ତୁ ଏଥର ମଲ୍ଲୀ ମା’ ହୋଇପାରିବ କି ନାହିଁ, ତାହାକୁ ନେଇ ଉତ୍ସୁକତା ଲାଗି ରହିଛି। ପୁରୁଷ କୁମ୍ଭୀର ସହିତ ମଲ୍ଲୀର ମିଳନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସେ ଅଣ୍ତା ଦେଇଥିଲେ ବି ମା’ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ରହିଛି।
ଚଳିତ କୁମ୍ଭୀର ପ୍ରଜନନ ଋତୁରେ ସେ ଅଣ୍ତା ଦେଇଛି। ଅନ୍ୟପଟେ ଭାରତର ପ୍ରଥମ ବଉଳା ଧଳା କୁମ୍ଭୀର ‘ଗୋରୀ’ ଜନ୍ମ ହେବାର ୪୬ ବର୍ଷ ପରେ ବି ଆଜି ଯାଏ ମା’ ହୋଇପାରିନି। ଧଳା କୁମ୍ଭୀର ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖାଯା’ନ୍ତି ନାହିଁ।
The post ଧଳା କୁମ୍ଭୀର ‘ମଲ୍ଲୀ’କୁ ନେଇ ପୁଣି ଚର୍ଚ୍ଚା first appeared on Sambad.from ଜିଲ୍ଲା | Sambad https://ift.tt/3wfeSO3
0 Comments