ବଘିଆପଡା-ଆମ୍ବଝିର ରାସ୍ତାରେ ବିରାଟ ଗର୍ତ୍ତ; ବଢୁଛି ଦୁର୍ଘଟଣା

ଜହ୍ନକ୍ଷପଙ୍କ: ବୌଦ୍ଧ ବ୍ଲକ ବଘିଆପଡା-ଆମ୍ବଝିର ଆରଡି ରାସ୍ତାର ବ୍ରାହ୍ମଣିପାଲି ପଂଚାୟତ ଖଲିଆପାଲି ଛକ ନିକଟରେ ଦୀର୍ଘ ଏକ ମାସ ହେବ ଉଠା ଜଳ ସେଚନ ବିଭାଗ ରାସ୍ତା ଖୋଲି ପୋତି ନଥିବାରୁ ସେଠାରେ ବିରାଟ ଗର୍ତ୍ତ ହୋଇଥିବା ଯୋଗୁଁ ପାଠଚାରୀ ମାନେ ବିଭିନ୍ନ ସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି। ସାଲୁଙ୍କି ନଦୀ ଠାରୁ ଉଠା ଜଳ ସେଚନ ବିଭାଗ ପକ୍ଷରୁ ଖଲିଆପାଲି ଗ୍ରାମର ଚାଷ ଜମିକୁ ଜଳ ଯୋଗାଇ ଦେବା ପାଇଁ ଗକ୍ଷତ ଖୋଲି ପାଇପ ପକାଇ ଥିଲେ। ଏହା ସହ ବଘିଆପଡା-ଆମ୍ବଝରି ରାସ୍ତା ଅତିକ୍ରମ କରି ପାଇପ ପକା ଯାଇଥିବା ବେଳେ ପାଇପ ପୋତି ଦେଇ ବିଭାଗର କର୍ମଚାରୀ ମାନେ ନିରବ ସାଜିଛନ୍ତି। ଏହି ବାଟ ଦେଇ ପ୍ରତେକ ଦିନ ଟ୍ରକ, ବସ, ଦୁଇ ଚକିଆ ଓ ଚାରିଚକିଆ ଯାନ ଗୁଡିକ ଯିବା ଆସିବା କରୁଅଛି।

ଏହା ସହ ଉପାନ୍ତ ଅଞ୍ଚଳ ଗୁନ୍ଦୁଲିଆ, ଖଜୁରୀପଡା ପଂଚାୟତର ଜନସାଧାରଣ ବଘିଆପଡା ଦେଇ ବୌଦ୍ଧ ଏବଂ ଖମାରୀପଡା ଦେଇ ଜହ୍ନକ୍ଷପଙ୍କ ଅଞ୍ଚଳକୁ ଯିବା ଆସିବା କରିଥାନ୍ତି। ଦୀର୍ଘ ଏକ ମାସ ହେବ ଉଠା ଜଳ ସେଚନ ବିଭାଗ ପକ୍ଷରୁ ଦୁଇ ଫୁଟ ଗର୍ତ୍ତ ଖୋଲି ଦେଇ ନାମକୁ ମାତ୍ର ପୋତିଥିବା ବେଳେ ବର୍ତମାନ ବର୍ଷା ହେଉଥିବା ଯୋଗୁଁ ପାଣି ଜମି ରହି ତାହା ବିରାଟ ଗର୍ତ୍ତ ସୃଷ୍ଟି ହେଲାଣି। ଯାହା ଫଳରେ ଏଠାରେ ଆଠରୁ ଦଶ ଜଣ ବାଇକ ଆରୋହୀ ଦୁର୍ଘଟଣା ଶିକାର ହୋଇ ସାରିଲେଣି। ବାରମ୍ବାର ଏନେଇ ସ୍ଥାନୀୟ ଜନସାଧାରଣ ଉଠା ଜଳ ସେଚନ ବିଭାଗ ଠାରେ ଅଭିଯୋଗ କଲେ ମଧ୍ୟ ତାଙ୍କ କଥା ଶୁଣୁ ନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଉକ୍ତ ରାସ୍ତା ମରାମତି କରିବାକୁ ସାଧାରଣ ଦାବି ହେଉଛି।

The post ବଘିଆପଡା-ଆମ୍ବଝିର ରାସ୍ତାରେ ବିରାଟ ଗର୍ତ୍ତ; ବଢୁଛି ଦୁର୍ଘଟଣା first appeared on Sambad.

from ଜିଲ୍ଲା | Sambad https://ift.tt/3k6v6qp

Post a Comment

0 Comments