ବାପାର କାଠ ଫାଳିଆ ମାଡ଼ରେ ପୁଅ ମୃତ

ବିଶୋଇ : ବାପାର କାଠ ଫାଳିଆ ମାଡ଼ରେ ପୁଅର ଜୀବନ ଯାଇଥିବା ବେଳେ ବୋହୂ ଗୁରୁତର ଆହତ ହୋଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ହତ୍ୟାକାରୀ ବାପାକୁ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ତାମଳବନ୍ଧ ଗାଁରେ ଘଟିଛି ଏହି ଘଟଣା।

ସୂଚନାଥାଉକି ରାମ ଟୁଡୁ (୬୫), ପୁଅ ଗୋପୀନାଥ ଟୁଡୁ (୩୫) ଓ ବୋହୂ ଯାଶ୍ମି ଟୁଡୁ (୩୦) ତାମଳବନ୍ଧ ଗାଁରେ ରହନ୍ତି। ରାମ ରହୁଥିବା ଘର ଉଚ୍ଚାଣିଆ ଥିବାରୁ ବର୍ଷାପାଣି ପୁଅ ଗୋପୀନାଥଙ୍କ ଘରେ ପଶୁଥିଲା। ମେ ୨୬ ତାରିଖ ଅପରାହ୍ନରେ ଗୋପୀନାଥ ଓ ତାଙ୍କ ସ୍ତ୍ରୀ ଯାଶ୍ମି ଘରେ ବର୍ଷା ପାଣି ନ ପଶିବା ପାଇଁ ଏକ ନାଳ ତିଆରି କରିଥିଲେ। ତେବେ ଉକ୍ତ ନାଳ ଦେଇ ଧାନଖଳାକୁ ପାଣି ପଶୁଥିବାରୁ ରାମ ଏହାର ବିରୋଧ କରିଥିଲେ। ଏହାକୁ ନେଇ ପୁଅବୋହୂଙ୍କ ସହ ବଚସା ହେବା ପରେ ରାମ ଉତ୍‌କ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଦୁହିଁଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପୁଅ ଗୋପୀନାଥଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ପଠାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

The post ବାପାର କାଠ ଫାଳିଆ ମାଡ଼ରେ ପୁଅ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/2UWDwGf

Post a Comment

0 Comments