
କଟକ : ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଷଡ଼୍ଯନ୍ତ୍ର ଅଭିଯୋଗ ଆଣିଛନ୍ତି। ପୁଲିସ ଏହି ଅଭିଯୋଗର ତଦନ୍ତ କରୁଥିବାବେଳେ କୌଣସି ମାମଲା ରୁଜୁ ହୋଇନଥିବା ପୁରୀଘାଟ ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସର ସୂଚନା ଅନୁଯାୟୀ, ୨ ତାରିଖରେ ଅନୁଭବ ଥାନାରେ ଅଭିଯୋଗ କରିଛନ୍ତି ଯେ ନନ୍ଦିସାହି ଘରେ ରହୁଥିବା ବର୍ଷାଙ୍କ ନିକଟକୁ ବିଭିନ୍ନ ଲୋକ ଆସୁଛନ୍ତି। ଏହି ଘରେ ମୂଲ୍ୟବାନ ସାମଗ୍ରୀ ରହିଛି। କିଛି ବି ଚୋରି ହୋଇପାରେ। ଆସୁଥିବା ଲୋକମାନେ ତାଙ୍କ ରାଜନୈତିକ କ୍ୟାରିଅର ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରିପାରନ୍ତି। ଏହି ଘଟଣାର ତଦନ୍ତ ପାଇଁ ସେ ଏତଲାରେ ଦର୍ଶାଇଛନ୍ତି। ସେହିଭଳି ଗଲା ୭ ତାରିଖରେ ବର୍ଷା ପୁରୀଘାଟ ଥାନାରେ ପାଲଟା ଏତଲା ଅନୁଭବଙ୍କ ବିରୋଧରେ ଦେଇଛନ୍ତି। ଅନୁଭବ ଘରେ ସିସି କ୍ୟାମେରା ଲଗାଇଥିବା ବେଳେ ଭିଡିଓ ରେକର୍ଡ କରି ତାଙ୍କ ବିରୋଧରେ କିଛି ବି କରିପାରନ୍ତି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି। ଏହାସହିତ ପୂର୍ବରୁ ଥାନାରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ସେ ଜାଣିବାକୁ ଚାହିଁଥିବା ପୁରୀଘାଟ ଥାନା ପୁଲିସ ସୂଚନା ଦେଇଛି।
ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ବର୍ଷାଙ୍କ ଏତଲା ଆଧାରରେ ରୁଜୁ ହୋଇଥିବା ଦୁଇଟି ମାମଲା ଏବେ ବିଚାରାଧୀନ ରହିଛି। ପୁଲିସ ଏବେ ଉଭୟଙ୍କ ନୂଆ ଅଭିଯୋଗ ଆଧାରରେ ଷ୍ଟେସନ ଡାଏରି କରି ଅଭିଯୋଗର ତଦନ୍ତ କରୁଛି।
The post ପୁଣି ଥାନାରେ ବର୍ଷା-ଅନୁଭବ: ପରସ୍ପର ବିରୋଧରେ ଷଡ଼୍ଯନ୍ତ୍ର ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3jYhKMJ
0 Comments