
ବଲାଙ୍ଗୀର : ଲୋୟର ସୁକତେଲ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର କଏଣ୍ଡାପାଲି ଗାଁର ୩୪ ଜଣ ବିସ୍ଥାପିତ ପରିବାରଙ୍କୁ ଜିଲ୍ଲାପାଳ ଲର୍କିପାଲି ଓ ସଦାଇପାଲିଠାରେ ଥିବା ପୁନର୍ବାସ ଓ ଥଇଥାନ କଲୋନିରେ ଘର ଡିହ ପଟ୍ଟା ବଣ୍ଟନ କରିଛନ୍ତି। ଲୋୟର ସୁକତେଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପିଡି ଆର୍ଆର୍ ମହେନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ନିର୍ବିଘ୍ନ ଭୋଇ, ତହସିଲଦାର ମଘବାନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପୁନର୍ବାସ ଓ ଥଇଥାନ କଲୋନିରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ନେଇ ବି ସୂଚନା ଦେଇଥିଲେ। ଅନ୍ୟପଟେ ଗାଁର ଯେଉଁମାନେ ଘର ଡିହ ପାଇ ନାହାନ୍ତି ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରିବାକୁ ଦାବି କରିଥିଲେ।
The post ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କଲେ ଜିଲ୍ଲାପାଳ first appeared on Sambad.from ଜିଲ୍ଲା | Sambad https://ift.tt/3y124ws
0 Comments