ରାଉରକେଲା: ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌(ଏମ୍‌ଇଏମ୍‌ଲ)ର ନୂତନ ସିଇଓଭାବେ ରାଉରକେଲା ଝିଅ ସୁମନ ମିଶ୍ର ନିଯୁକ୍ତ ହୋଇଛନ୍ତି। ପୂର୍ବ ସିଇଓ ମହେଶ ବାବୁ ପଦରୁ ଇସ୍ତଫା ଦେବାପରେ ସୁମନଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଅଗଷ୍ଟ ୧୪ ତାରିଖରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ। ସୁମନ ସଂପ୍ରତି ମହିନ୍ଦ୍ରା ଇଲେକ୍ଟ୍ରିକ୍‌ର ବରିଷ୍ଠ ଉପସଭାପତିଭାବେ କାର୍ଯ୍ୟରତ। ୨୦୧୫ ମସିହାରେ ମହିନ୍ଦ୍ରା ଗ୍ରୁପ୍‌ରେ ଯୋଗଦେବା ପୂର୍ବରୁ ଏକାଧିକ ନାମୀଦାମୀ କମ୍ପାନିରେ ଗୁରୁଦାୟିତ୍ବ ବହନ କରିଥିଲେ।

ସୂଚନାଯୋଗ୍ୟ, ରାଉରକେଲା ଜନ୍ମିତ ସୁମନ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ(ସେକ୍ଟର-୨୦)ରୁ ଯୁକ୍ତ ଦୁଇ ଯାଏଁ ଶିକ୍ଷା ଗ୍ରହଣ କରିଥିଲେ। ପରେ ସିଙ୍ଗାପୁରସ୍ଥିତ ନାନୟାଙ୍ଗ୍‌ ଟେକ୍ନୋଲଜିକାଲ ୟୁନିଭର୍ସିଟି(ଏନ୍‌ଟିୟୁ)ରୁ କମ୍ପ୍ୟୁଟର୍‌ ଇଞ୍ଜିନିୟରିଂ, ମିଚିଗାନ୍‌ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଶିକ୍ଷା ଗ୍ରହଣ କରିଥିଲେ।

The post ରାଉରକେଲା ଝିଅ ହେଲେ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ର ସିଇଓ first appeared on Sambad.

from ଜିଲ୍ଲା | Sambad https://ift.tt/3wH5eUP