ସମ୍ବଲପୁର : ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି କାରଣରୁ ରବିବାର ରାତିରେ ହୀରାକୁଦ ଜଳସ୍ତର ପୁଣିଥରେ ୬୦୯ ଫୁଟ୍ ଅତିକ୍ରମ କରିଛି। ଶନିବାରଠାରୁ ଖୋଲା ଯାଇଥିବା ୪ଟି ଗେଟ୍‌ ରବିବାର ବି ଖୋଲା ରହିଛି।

ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୨୬,୭୦୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୨,୪୭୦ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍‌ ଗେଟ୍ ଦେଇ ୫୯,୧୦୪ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୧୯,୫୩୯ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲକୁ ୨,୯୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌କୁ ୫୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୭୭ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

The post ହୀରାକୁଦ ଜଳସ୍ତର ପୁଣି ୬୦୯ ଫୁଟ୍‌, ୪ ଗେଟ୍ ଖୋଲା first appeared on Sambad.

from ଜିଲ୍ଲା | Sambad https://ift.tt/2WozPKt