
ବିଂଝାରପୁର : ବିଂଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ କାହ୍ନପୁର ଗ୍ରାମର ଜଣେ ବିବାହିତ ଯୁବକ ପତ୍ନୀଙ୍କୁ ଛାଡ଼ି ଅନ୍ୟଜଣେ ଯୁବତୀଙ୍କୁ ନେଇ ଫେରାର୍ ହୋଇଯାଇଛନ୍ତି। ଏନେଇ ସମ୍ପୃକ୍ତ ଯୁବକଙ୍କ ପତ୍ନୀ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀଙ୍କ ପତ୍ତା ମିଳିନାହିଁ।
ଅଭିଯୋଗ ଅନୁଯାୟୀ, କାହ୍ନପୁର ଗ୍ରାମର ସତ୍ୟରଂଜନ ଦାସ(୩୫) ଫତେପୁର ପଞ୍ଚାୟତ ନଚ୍ଛିପୁର ଗ୍ରାମର ଜଣେ ଯୁବତୀଙ୍କୁ ନେଇ ଗତକାଲି ଫେରାର୍ ହୋଇଯାଇଛନ୍ତି। ଏସମ୍ପର୍କରେ ସତ୍ୟରଂଜନଙ୍କ ପତ୍ନୀ ରୀନାରାଣୀ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିପରେ ଏସଆଇ କଣ୍ଡୁରୀଚରଣ ଦାସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସତ୍ୟରଞ୍ଜନଙ୍କ ପତ୍ତା ମିଳିନି।
The post ଯୁବତୀଙ୍କୁ ନେଇ ସ୍ଵାମୀ ଫେରାର୍, ଥାନାରେ ପତ୍ନୀଙ୍କ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/36eighA
0 Comments