
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ କିଛି କିଛି ନୂଆ ପ୍ରକାର କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଲୋକ ସମ୍ପର୍କ ପାଇଁ ଚର୍ଚ୍ଚାରେ ଥିବା ବିଧାୟକ ରନ୍ଧାରୀ ପୁଣି ଭିନ୍ନ ଅନ୍ଦାଜ ରେ ଜନ୍ମ ଦିନ ପାଳନ କରି ଚର୍ଚ୍ଚାରେ। ବିଧାୟକ ରନ୍ଧାରୀ ନିଜ ଜନ୍ମଦିନ ଭଳି ଏକ ସ୍ୱତନ୍ତ୍ର ଦିବସର ସବୁ ମୁହୂର୍ତ୍ତକୁ ଭୋଟରଙ୍କ ସେବା ଓ ଅନାଥ ଶିଶୁ ମାନଙ୍କ ଗହଣରେ ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ନିଜ ଘର ନିକଟରେ ମାଝୀଗୁଡାସ୍ଥିତ ଅନାଥଶ୍ରମକୁ ଯାଇ ଅନାଥ ଶିଶୁ ମାନଙ୍କ ଗହଣରେ କେକ୍ କାଟିବା ସହିତ ପିଲାମାନଙ୍କୁ ମାସ୍କ ଓ ପେନ ବାଣ୍ଟିଥିଲେ। ପରବର୍ତୀ ସମୟରେ ବର୍ତ୍ତମାନ ଚାଷ ଋତୁ ହୋଇଥିବାରୁ ବିଧାୟକ କ୍ଷେତକୁ ଛୁଟି ଥିଲେ।
କ୍ଷେତରେ କାମରେ କରୁଥିବା ଲୋକଙ୍କ ଗହଣରେ ଜନ୍ମ ଦିନର କେକ କାଟି ମଜୁରିଆଙ୍କୁ ଖୁଆଇବା ସହ ସେମାନଙ୍କୁ ଚା’, ବିସ୍କୁଟ ଓ ମିସଚର ଦେଇଥିଲେ। ଏହାସହ କ୍ଷେତରେ କାମ କରୁଥିବା ଶ୍ରମିକ ମାନଙ୍କୁ ପ୍ରତି ବର୍ଷ ଭଳି ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଓ କମ୍ବଳ ବଣ୍ଟନ କରିଥିଲେ। କେବଳ ଗୋଟିଏ ସ୍ଥାନରେ ନୁହଁ ସେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମ ବୁଲି ବୁଲି କ୍ଷେତରେ କାମ କରୁଥିବା ଲୋକଙ୍କୁ ଏ ସବୁ ବଣ୍ଟନ କରିଥିଲେ।
The post ଅନାଥ ଶିଶୁ ଓ ଦିନ ମଜୁରୀଆଙ୍କ ଗହଣରେ ଜନ୍ମ ଦିନ ପାଳିଲେ ଡାବୁଗାଁ ବିଧାୟକ first appeared on Sambad.from ଜିଲ୍ଲା | Sambad https://ift.tt/3wD6g42
0 Comments