ଯାଜପୁରସଦର/ଧର୍ମଶାଳା : ଜଣେ ସାମ୍ବାଦିକଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ କେତେକ ବାଲି ମାଫିଆ ଧମକ ଦେଇଥିବା ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଧର୍ମଶାଳା ଥାନା ନାଳକୂଳ ଛକ ନିକଟରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ପରମେଶ୍ବର ବେହୁରିଆ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମ କରୁଥିବା ବେଳେ ନିକଟରେ ବ୍ରାହ୍ମଣୀ ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ହେଉଥିବା ଦେଖିଥିଲେ। ସେ ବ୍ୟସ୍ତ ଥିବାବେଳେ କ୍ୟାମେରା ଦେଖି ୩/୪ ଜଣ ବାଲି ମାଫିଆ ଆମ ଅଞ୍ଚଳରେ କାହିଁକି ସୁଟିଂ କରୁଛ ବୋଲି ଶ୍ରୀ ବେହୁରିଆଙ୍କୁ ପଚାରିଥିଲେ। ପରେ ସେମାନେ ତାଙ୍କ କ୍ୟାମେରା ଛଡ଼ାଇନେବା ସହ ଟ୍ରାକ୍ଟର ଚଢ଼ାଇ ମାରି ଦେବାକୁ ଧମକ ଦେଇଥିଲେ। ବାଲିମାଫିଆମାନେ ମଧ୍ୟ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଧର୍ମଶାଳା ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି।

The post ସାମ୍ବାଦିକଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ବାଲି ମାଫିଆଙ୍କ ଧମକ first appeared on Sambad.

from ଜିଲ୍ଲା | Sambad https://ift.tt/2UzfBNm