
ଝାରସୁଗୁଡ଼ା: ଝାରସୁଗୁଡ଼ା ବଡ଼ମାଲ ଥାନା ଅଧୀନ ଏକ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବାହା ହେବାର ପ୍ରଲୋଭନ ଦେଖାଇ ଯୁବତୀଙ୍କ ମା’ଙ୍କ ଆକାଉଣ୍ଟରେ ଥିବା ୩ ଲକ୍ଷ ଟଙ୍କା ହାତେଇ ନେଇ ଫେରାର ଥିବା ଜଣେ ପୋର୍ଟାଲ ସାମ୍ବାଦିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ବାବଦରେ ସୂଚନା ଦେଇ ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି ମେ ମାସରେ ଦୀପକ ଦେହୁରୀ ନାମକ ଜଣେ ବିବାହିତ ଯୁବକ ମିଛ କହି ବଡ଼ମାଲ ଥାନା ଅଞ୍ଚଳରେ ଜଣେ ଝିଅକୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା।
ତାକୁ ପଞ୍ଚପଡ଼ାଠାରେ ରଖିଥିବା ବେଳେ ସେ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ସ୍ବର୍ଗତ ବାପା ଏକ ସ୍କୁଲରେ ପିଅନ ଭାବରେ କାମ କରୁଥିବା ବେଳେ ତାଙ୍କ ମା’ଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲା। ପୁଲିସ ଏହି ଯୁବକକୁ ଆଜି ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରିଛି। ତା’ ପାଖରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
The post ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୩ ଲକ୍ଷ ଟଙ୍କା ଠକିଥିବା ପୋର୍ଟାଲ ସାମ୍ବାଦିକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3mQxv9V
0 Comments