
ଆନନ୍ଦପୁର : ଆନନ୍ଦପୁର ଥାନା ମନୋହରପୁର ଗ୍ରାମରେ ଏକ କାନ୍ଥରେ ଧାର୍ମିକ ଲେଖାକୁ ନେଇ ବିବାଦ ଦେଖାଦେଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ରାମସିଂ ମୁର୍ମୁ। ରାମସିଂ ପାଲବାଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡ଼ିଛି।
ମନୋହରପୁର ଚର୍ଚ୍ଚର ଫାଦର ଚୈତନ୍ୟ ମୁର୍ମୁ କରିଥିବା ଅଭିଯୋଗ ଅନୁସାରେ, ଚର୍ଚ୍ଚ କାନ୍ଥରେ କିଛି ବ୍ୟକ୍ତି ୩ ତାରିଖ ଅପରାହ୍ଣରେ ଜୟଶ୍ରୀରାମ ଓ ହରହର ମହାଦେବ ଲେଖିଥିଲେ। ତାଙ୍କ ଅଭିଯୋଗ ପରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଦୁଇଜଣଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ରାମସିଂକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
The post ଧାର୍ମିକ ଲେଖାକୁ ନେଇ ବିବାଦ; ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2VvE5aO
0 Comments